ଆପଣ ପିଉଛନ୍ତି କି ଏହି ଜୁସ୍

0

 ନିଜ ଖାଦ୍ୟପେୟ ସହ ଜୀବନଶୈଳୀ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ଉଚିତ। ଏହା ନିୟନ୍ତ୍ରଣରେ ରହିବା ଆବଶ୍ୟକ। ନଚେତ୍‍ ଅନେକ ମାରାତ୍ମକ ରୋଗର କାରଣ ପାଲଟିଥାଏ। ଏହା ହୃଦୟ ଉପରେ କୁପ୍ରଭାବ ପକାଇବା ସହ ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ସୃଷ୍ଟି କରିଥାଏ। ମାତ୍ର ଜୀବନଶୈଳୀରେ କିଛି ପରିବର୍ତ୍ତନ ସହ ଖାଦ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ତେବେ ନିଜ ଖାଦ୍ୟରେ କାକୁଡି ଜୁସ ନିଶ୍ଚୟ ସାମିଲ କରନ୍ତୁ। ଏହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ। ଜାଣନ୍ତୁ କାକୁଡି ଜୁସ କିଭଳି ଉପକାରୀ..

କାକୁଡିରେ କ୍ୟାଲସିୟମ, ପୋଟାସିୟମ, ମିନେରାଲ୍ସ ରହିଛି। ଏଥିରେ ଅଧିକ ଜଳର ମାତ୍ରା ମଧ୍ୟ ରହିଛି। ଏହା ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ। ଏହାବ୍ୟତୀତ ଏଥିରେ ପ୍ରୋଟିନ,ଭିଟାମିନ ଏ, ବି-୧୨, ବି-୬,ଭିଟାମିନ ସି ଓ ଡି ରହିଛି।

ଏଭଳି କରନ୍ତୁ ପ୍ରସ୍ତୁତ..କାକୁଡି – ୩ଟି

ପାଣି – ଆବଶ୍ୟକ ପରିମାଣରେଲେମ୍ବୁ ରସ – ଅଳ୍ପ

ପ୍ରଥମେ କାକୁଡି ଚୋପା ଛଡାଇ ଛୋଟ ଛୋଟ କରି କାଟି ଦିଅନ୍ତୁ। ଏହାକୁ ପେଷି ଦିଅନ୍ତୁ। ଏହାକୁ ଛାଣି ପାଣି ମିଶାଇ ଅଳ୍ପ ଲେମ୍ବୁ ରସ ମିଶାନ୍ତୁ। ପ୍ରସ୍ତୁତ ହୋଇଗଲା କାକୁଡି ଜୁସ୍‍।

କାକୁଡିର ଜୁସରେ ବିିଭିନ୍ନ ପ୍ରକାର ଭିଟାମିନ ଓ ମିନେରାଲ୍ସ ରହିଛି। ଏହା ଶରୀରରୁ ଅଦରକାରୀ ଜିନିଷ ନିର୍ଗତ କରିବାରେ ସହାୟକ ହୋଇଥାଏ।

ଏଥିରେ ମ୍ୟାଗ୍ନେସିୟମ ଅଧିକ ମାତ୍ରାରେ ରହିଛି। ଏହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ। ଏହା ମାନସିକ ଅଶାନ୍ତି ଦୂର କରିବା ସହ ଉତ୍ତମ ନିଦରେ ସହାୟକ ହୋଇଥାଏ।

ଉଚ୍ଚ ରକ୍ତଚାପ ରୋଗୀ ପୋଟାସିୟମ ଥିବା ଖାଦ୍ୟ ଅଧିକ ପରିମାଣରେ ଖାଆନ୍ତୁ। ଏହା ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ। ଏଥିରେ ପ୍ରାୟ ୪୪୨ ମିଲିଗ୍ରାମ ପୋଟାସିୟମ ରହିଥାଏ। ତେଣୁ ନିୟମିତ ଏହାକୁ ସେବନ କରନ୍ତୁ।

ପେଟ ଜନିତ ଅନେକ ସମସ୍ୟା ମଧ୍ୟ ଦୂର କରିଥାଏ। ଏହା ବଦହଜମି, ଛାତି ଓ ପେଟରେ ଜଳାପୋଡା ଦୂର କରିଥାଏ। ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ ଉପକାରୀ ହୋଇଥାଏ।

Leave A Reply

Your email address will not be published.