ଗାଙ୍ଗୁଲିଙ୍କୁ ନେଇ ଏମିତି କହିଲେ ମମତା

0

କୋଲକାତା(ଆମ ଟିଭି): ବିସିସିଆଇ ସଭାପତି ପଦ ଦୌଡ଼ରୁ ସୌରଭ ଗାଙ୍ଗୁଲି ବାଦ ପଡ଼ିବା ନେଇ ଷଡ଼ଯନ୍ତ୍ରର ଗନ୍ଧ ବାରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମମତା କହିଛନ୍ତି ଯେ, ସୌରଭଙ୍କୁ ସୁଯୋଗରୁ ବଞ୍ଚିତ କରାଯାଇଛି। ତେଣୁ ଗାଙ୍ଗୁଲିଙ୍କୁ ଆଇସିସି(ଇଣ୍ଟର ନ୍ୟାସନାଲ କ୍ରିକେଟ କାଉନସିଲ )କୁ ପଠାଇବା ପାଇଁ ମମତା ବାନାର୍ଜୀ ମୋଦିଙ୍କୁ ଅପିଲ କରିଛନ୍ତି। ମମତା କହିଛନ୍ତି ଯେ, ଗାଙ୍ଗୁଲି ଅନ୍ୟାୟ ଭାବେ ସଭାପତି ପଦ ଦୌଡ଼ରୁ ବାଦ ପଡ଼ିଛନ୍ତି। ତାଙ୍କର କଣ ଦୋଷ ରହିଛି ? ସେ ଏହି ପଦ ପାଇଁ ବଞ୍ଚିତ ହୋଇଛନ୍ତି। ଏହି ଘଟଣା ମୋତେ ଖୁବ ମର୍ମାହତ କରିଛି। ମୁଁ ମଧ୍ୟ ଚକିତ ।

ସୌରଭଙ୍କର ଏକ ଖ୍ୟାତନାମା ବ୍ୟକ୍ତିତ୍ୱ ରହିଛି। ସେ ମଧ୍ୟ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ଥିଲେ। ଗାଙ୍ଗୁଲିଙ୍କର ଦେଶ ପାଇଁ ଅନେକ ଅବଦାନ ରହିଛି। ଗାଙ୍ଗୁଲି କେବଳ ବେଙ୍ଗଲର ନୁହଁ ଦେଶ ପାଇଁ ଗର୍ବ ଗୌରବ ମଧ୍ୟ। ତାଙ୍କୁ କାହିଁକି ଅନ୍ୟାୟ ଭାବେ ବାଦ କରାଗଲା ବୋଲି ମମତା ପ୍ରଶ୍ନ କରିଛନ୍ତି। କୋଲକାତା ବିମାନ ବନ୍ଦରରେ ସାମ୍ବାଦିକଙ୍କ ସହ ଭେଟ ବେଳେ ଏହା କହିଛନ୍ତି ମମତା । ମୁଁ ପ୍ରଧାନମନ୍ତ୍ରୀଙ୍କୁ ଅତି ନମ୍ରତାର ସହନିବେଦନ କରୁଛି। ଆସିସସି ନିର୍ବାଚନରେ ଗାଙ୍ଗୁଲି ପ୍ରତିଦ୍ୱନ୍ଦିତା କରିବାକୁ ସୁପାରିସ କରାଯାଉ ବୋଲି ମମତା ଅପିଲ କରିଛନ୍ତି। ଆଇସିସି ସଭାପତି ପାଇଁ ଆସନ୍ତା ୨୦ରେ ନାମାଙ୍କନ ଦାଖଲ ପତ୍ର ରହିଛି। ଏବେ ବିସିସିଆଇ ସଭାପତି ଥିବା ସୌରଭ ଗାଙ୍ଗୁଲିଙ୍କର ପରବର୍ତ୍ତୀ ଉତ୍ତରାଧିକାରୀ ଭାବେ ରୋଜର ବିନି ଦାୟିତ୍ୱ ନେଇ ପାରନ୍ତି। ମିଳିଥିବା ସୂଚନା ଅନୁଯାୟୀ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବିସିସିଆଇର ସଭାପତି ଭାବେ ପଦ ବଜାୟ ରଖିବାକୁ ଚାହୁଁଥିଳେ। କିନ୍ତୁ ବୋର୍ଡ଼ର ବାକି ସଦସ୍ୟମାନେ ତାଙ୍କୁ ସମର୍ଥନ କରି ନଥିବା ଜଣାପଡ଼ିଛି। ତେବେ ସବୁଠୁ ଆଶ୍ଚର୍ଯ୍ୟଜନକ ହେଉଛି ଗାଙ୍ଗୁଲି ବିସିସିଆଇ ସଭାପତି ପଦରୁ ବିଦାୟ ନେଉଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପୁଅ ଜୟ ଶାହ ସମ୍ପାଦକ ଭାବେ ପଦ ବଜାୟ ରହିବ । ‌

Leave A Reply

Your email address will not be published.