କେଦାରନାଥରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

0

ରୁଦ୍ରପ୍ରୟାଗ (ଆମ ଟିଭି): ଉତ୍ତରାଖଣ୍ଡରେ ପୁଣି ଅଘଟଣ । ଉତ୍ତରାଖଣ୍ଡରେ ଆଜି ଏକ ବଡ ଅଘଟଣ ଘଟିଛି। କେଦାରନାଥ ଧାମ୍ରେ ମଧ୍ୟାହ୍ନ ପ୍ରାୟ ୧୨ଟାରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ପ୍ରାୟ ବର୍ତ୍ତମାନ ପର୍ୟ୍ୟନ୍ତ ୬ ଜଣଙ୍କ ମୃତ୍ୟୁ ହୋଇଛି।

ଏହି ଅଘଟଣ କେଦାରନାଥରୁ ଦୁଇ କିଲୋମିଟର ଦୂର ଗରୁଡଚଟ୍ଟୀରେ ହୋଇଥିବା ନେଇ ଖବର ମିଳିଛି। କେଦାରନାଥରୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ଖବର ପାଇବା ମାତ୍ରେ ପୁଲିସ ଓ ଏନଡିଆରଏଫ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି। କୁହୁଡି କାରଣରୁ ଏହି ଦୁର୍ଘଟଣା ଘଟିଛି ବୋଲି ସନ୍ଦେହ କରାଯାଉଛି।

Leave A Reply

Your email address will not be published.