ସମ୍ଭାବ୍ୟ ବାତ୍ୟାକୁ ନେଇ କ’ଣ କହିଲେ ରାଜସ୍ୱ ମନ୍ତ୍ରୀ?

0

ଭୁବନେଶ୍ୱର (ଆମ ଟିଭି): ସାରା ରାଜ୍ୟରେ ଏବେ ବାତ୍ୟାକୁ ନେଇ ଚର୍ଚ୍ଚା । ବାତ୍ୟା କେଉଁଠି ଲ୍ୟାଣ୍ଡଫଲ କରିବ? ଏହାର ପ୍ରଭାବ କ’ଣ ରହିବ? ଏହାକୁ ନେଇ ଏବେ ସମସ୍ତେ ଚିନ୍ତିତ । ଏହାରି ଭିତରେ ସମ୍ଭାବ୍ୟ ବାତ୍ୟା ନେଇ ରାଜସ୍ୱମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିଛି। ବାତ୍ୟା ପାଇଁ ପ୍ରସ୍ତୁତ ରହିବା ପାଇଁ ୩୦ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟା ଆଶ୍ରୟସ୍ଥଳୀ, କଲେଜ ଓ ସ୍କୁଲ ପ୍ରସ୍ତୁତ କରାଯାଉଛି। କଲ୍ୟାଣ ମଣ୍ଡପକୁ ମଧ୍ୟ ବ୍ୟବହାର କରାଯାଇପାରିବ। ଏହାସହ ୭ଟି ଜିଲା ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି। ସଜାଗ ରହିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଏହାସହ ଜିଲାରେ ଔଷଧ,ପାନୀୟ ଜଳ,ଡଙ୍ଗାପ୍ରସ୍ତୁତ ହୋଇ ରହିବ ସେଥିପ୍ରତି ମଧ୍ୟ ପ୍ରସ୍ତୁତି ସହ ନଜର ରହିଛି। ସମସ୍ତ ପ୍ରସ୍ତୁତି ଜିଲାସ୍ତରୀୟ କରାଯାଇଥିବା ସମୟରେ ସରକାରଙ୍କ ପକ୍ଷରୁ ସମସ୍ତ ନିର୍ଦ୍ଦେଶ ଦିଆଯାଉଛି।

Leave A Reply

Your email address will not be published.