ଟି-ଟ୍ୱେଣ୍ଟି ବିଶ୍ୱକପରେ ବାଜି ମାରିଲା ଭାରତ

0

ମେଲବର୍ଣ୍ଣ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ହାଇଭୋଲଟେଜ୍ ମ୍ୟାଚ୍‌ରେ ଆଜି ପାକିସ୍ତାନକୁ ୪ ୱିକେଟରେ ହରାଇ ଭାରତ ବିଜୟୀ ହୋଇଛି। ମ୍ୟାଚ୍‌ ଖୁବ୍ ରୋମାଞ୍ଚକର ହୋଇଥିଲା। କୋହଲିଙ୍କ ଧର୍ଯ୍ୟପୂର୍ଣ୍ଣ ଅପରାଜିତ ଅର୍ଦ୍ଧଶତକ ବିଜୟର ସାଥ୍ ଦେଇଥିଲା।

ଭାରତୀୟ ଟିମ୍ ପକ୍ଷରୁ ରୋହିତ ଶର୍ମା (ଅଧିନାୟକ) ଓ କେଏଲ୍ ରାହୁଲ (ଉପ-ଅଧିନାୟକ) ୪ ରନ୍‌ ଲେଖାଏ କରି ଆଉଟ ହୋଇଥିଲେ। ସେମାନଙ୍କ ପରେ ଆସିଥିବା ବିରାଟ କୋହଲି ଅପରାଜିତ ୮୨ରନ୍(୫୩ବଲ୍, ୬ ଚୌକା, ୪ଛକା), ସୂର୍ଯ୍ୟକୁମାର ଯାଦବ ୧୫ ରନ୍, ଅକ୍ଷର ପଟେଲ ୨ ରନ୍, ହାର୍ଦ୍ଦିକ ପାଣ୍ଡ୍ୟା ୪୦ ରନ୍(୩୭ ବଲ୍, ୧ ଚୌକା, ୨ ଛକା), ଦୀନେଶ କାର୍ତ୍ତିକ (ୱିକେଟ୍ କିପର) ୧ ରନ୍ ଓ ରବିଚନ୍ଦ୍ରନ ଅଶ୍ୱିନ ଅପରାଜିତ ୧ ରନ୍ କରିଥିଲେ।

ପାକିସ୍ତାନ ପକ୍ଷରୁ ହରିସ ରୌଫ ଓ ମହମ୍ମଦ ନୱାଜ ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ ନସୀମ ଶାହ ଗୋଟିଏ ୱିକେଟ ନେଇଥିଲେ।ଟସ୍ ଜିତି ଭାରତ ଫିଲ୍ଡିଂ ନିଷ୍ପତ୍ତି ନେବା ପରେ ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୫୯ ରନ୍ କରିଥିଲା। ପରେ ଭାରତୀୟ ଟିମ୍ ୬ ୱିକେଟ ହରାଇ ବିଜୟ ଲକ୍ଷ୍ୟ ୧୬୦ ରନ୍ କରି ନେଇଥିଲା।

Leave A Reply

Your email address will not be published.