ଭାରତ ଓ ବ୍ରିଟେନ ସମ୍ପର୍କକୁ ନେଇ ଏମିତି କହିଲେ ସୁନକ
ଲଣ୍ଡନ୍ (ଆମ ଟିଭି) : ବ୍ରିଟେନ୍ରେ ନୂଆ ଇତିହାସ ସୃଷ୍ଟି ହୋଇଛି। ପ୍ରଥମ ଭାରତୀୟ ବଂଶୋଦ୍ଭବଙ୍କ ହାତରେ ପଡିଛି ବ୍ରିଟେନର ଦାୟିତ୍ବ। ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କୁ ପ୍ରଧାନମନ୍ତ୍ରୀ ଘୋଷିତ ହୋଇଛନ୍ତି। କନଜେରଭେଟିବ ପାର୍ଟିର ଅନ୍ୟତମ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପେନି ମୋରଡାଉଣ୍ଟଙ୍କୁ ପଛରେ ପକାଇ ଋଷି ସୁନକ ବିଜୟ ହାସଲ କରିଛନ୍ତି। ରିଷି ସୁନକଙ୍କୁ ୧୮୦ରୁ ଅଧିକ ସାଂସଦଙ୍କ ସମର୍ଥନ ମିଳିଛି। ପେନି ଏହା ଜାଣିବା ପରେ ନିଜେ ପ୍ରଧାନମନ୍ତ୍ରୀ ଦୌଡ଼ରୁ ଓହରି ଯାଇଥିଲେ। ଫଳରେ ଋଷିଙ୍କୁ ପ୍ରଧାନମନ୍ତ୍ରୀ ଘୋଷଣା କରାଯାଇଥିଲା। ପ୍ରଧାନମନ୍ତ୍ରୀ ଘୋଷିତ ହେବା ପରେ ଏହି ଅବସରରେ ସେ କହିଛନ୍ତି ଯେ, ଭାରତ – ବ୍ରିଟେନର ସମ୍ପର୍କ ଅନେକ ଦିନରୁ ରହିଆସିଛି। କିନ୍ତୁ ଏହି ସମ୍ପର୍କକୁ ସେ ପରିବର୍ତ୍ତନ କରିବେ।
ଏହି ସମ୍ପର୍କ ଏବେ ଆହୁରି ସୁଦୃଢ଼ ହେବ। ଏଠାରେ ପ୍ରତ୍ୟେକ ଭାରତୀୟ ନାଗରିକଙ୍କୁ ସବୁ କ୍ଷେତ୍ରରେ ସୁବିଧା ମିଳିବ। ସେହିପରି ଭାରତରେ ଥିବା ବ୍ରିଟେନର ନଗାରିକମାନେ ବି ସମାନ ସୁବିଧା ପାଇପାରିବେ। ଭାରତ ଓ ବ୍ରଟେନ ମଧ୍ୟରେ ଯେଉଁ ସମ୍ପର୍କ ରହିଛି ତାହାକୁ ପରିବର୍ତ୍ତନ କରିବାକୁ ସେ ଚାହୁଁଛନ୍ତି। ଯାହାକି ଦୁଇଦେଶ ମଧ୍ୟରେ ସବୁ କ୍ଷେତ୍ରରେ ଇତିହାସ ସୃଷ୍ଟି କରିବ। ଏଥିପାଇଁ ସମସ୍ତଙ୍କ ସହଯୋଗ ରହିବା ଆବଶ୍ୟକ। ଗତ ଅଗଷ୍ଟ ମାସରେ ସେ କନଜେରଭେଟିଭ ପାର୍ଟିରେ ଥିବା ଭାରତୀୟ ବଂଶୋଦ୍ଭବମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ, ବର୍ତ୍ତମାନ ବ୍ରିଟେନ କଠିନ ଅର୍ଥନୀତି ଦେଇ ଗତି କରୁଛି। ଏହାକୁ ସଜାଡିବା ତାଙ୍କର ପ୍ରଥମ କର୍ତ୍ତବ୍ୟ ହେବ। ଏହି ଅବସରରେ କନଜେରଭେଟିଭ ଫ୍ରେଣ୍ଡସ ଅଫ ଇଣ୍ଡିଆ (ସିଏଫଆଇଏନ) ପକ୍ଷରୁ ଉତ୍ତର ଲଣ୍ଡନରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ସମସ୍ତେ ସମସ୍ତଙ୍କୁ ଭାରତୀୟ ଶୁଭେଚ୍ଛା ଶୈଳୀରେ ନମସ୍ତେ, ସଲାମ, ଖେମଚୋ ଏବଂ କିଦା ଆଦି ଶବ୍ଦ ପ୍ରୟୋଗ କରି ପରସ୍ପରକୁ ଶୁଭେଚ୍ଛା ଜଣାଉଥିବା ଦେଖାଯାଇଥିଲା। କେତେ ଜଣ ବି ହିନ୍ଦୀରେ ଶୁଭେଚ୍ଛା ଜଣାଇଥିଲେ।