ପୁଣି ଏକାଠି ହେବେ କି ଶିବସେନା ଓ ବିଜେପି

0

ମୁମ୍ବାଇ: ପୁଣି ଥରେ ନିକଟତର ହେବାକୁ ଯାଉଛନ୍ତି ଫଡ଼ଣବିସ ଓ ଉଦ୍ଧବ ଠାକରେ। ମହାରାଷ୍ଟ୍ର ରାଜନୀତିରେ ପୁଣି ଏମିତି କିଛି ପରିବର୍ତ୍ତନ ହେବାକୁ ଯାଉଛି ବୋଲି ଚର୍ଚ୍ଚା ହେଉଛି। ନିକଟରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏମିତି କିଛି ବୟାନ ଦେଇ ବିଜେପି ଉପରେ ଥିବା ଅସନ୍ତୋଷକୁ କମାଇଛନ୍ତି। ତାଙ୍କ ମୁଖପତ୍ର ସାମନାର ଏକ ସମ୍ପାଦକୀୟରେ ଉଦ୍ଧବ ବିଜେପି ସହିିତ ସମନ୍ୱୟକୁ ସ୍ୱାଗତ କରିଛନ୍ତି।

ସୂଚନାଥାଉକି, ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିସ ଦିପାବଳୀ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ, ରାଜନୀତିରେ ମତାନ୍ତରର ଅନ୍ତ ଘଟାଇବା ଉଚିତ। ତେବେ ଫଡ଼ଣବିସଙ୍କ ଏହି ପ୍ରତିକ୍ରିୟାକୁ ସ୍ବାଗତ କରିଛନ୍ତି ଉଦ୍ଧବ ଠାକରେ। ସେ କହିଛନ୍ତି ଯଦି ଏପରି ତିକ୍ତତା ବା ଅସନ୍ତୋଷ ଆପଣଙ୍କ ମନକୁ ଆସୁଛି ତେବେ ତୁରନ୍ତ ଏହାକୁ ଏଡ଼ାଇ ଦିଅନ୍ତୁ। ତେବେ ଉଦ୍ଧବଙ୍କ ଏହି ବୟାନ ପରେ ମହାରାଷ୍ଟ୍ର ରାଜନୀତି ପୁଣି ଥରେ ସରଗରମ ହୋଇଛି। ବିଶେଷକରି ଆଉ କିଛି ଦିନ ଭିତରେ ବିଏମସି ନିର୍ବାଚନ ହେବାକୁ ‌ଥିବା ବେଳେ ସେପଟେ ସିନ୍ଦେ ଗୋଷ୍ଠୀଙ୍କ ମନ୍ତ୍ରୀମାନଙ୍କ ମଧ୍ୟରେ ଲାଗି ରହିଛି ଦ୍ବନ୍ଦ।

ରାଜନୀତିରେ ତିକ୍ତତାକୁ ଦୂର କରିବା ପାଇଁ ଦେବେନ୍ଦ୍ର ଫଡଣବିସଙ୍କ ଆହ୍ୱାନକୁ ସ୍ୱାଗତ କରିଛନ୍ତି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଶିବସେନାର ମୁଖ୍ୟପତ୍ରରେ ସେ ଲେଖିଛନ୍ତି ଯେ, ରାଜନୈତିକ ତିକ୍ତତାକୁ ଦୂର କରିବା ଭଳି ପଦକ୍ଷେପ ଫଡଣବିସ ନେବା ଉଚିତ।

Leave A Reply

Your email address will not be published.