ସଲମାନଙ୍କୁ y+ ସୁରକ୍ଷା, ଯୋଗାଇଲେ କେନ୍ଦ୍ର ସରକାର

0

ନୂଆଦିଲ୍ଲୀ : ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ସୁରକ୍ଷା ବ୍ୟବସ୍ଥା ବଢାଇଛନ୍ତି କେନ୍ଦ୍ର ସରକାର । ପୂର୍ବରୁ X ସିକ୍ୟୁରିଟି ପାଉଥିବା ବଲିଉଡ୍ ଷ୍ଟାର ସଲମାନ ଖାନଙ୍କୁ ଏବେ Y+ ସୁରକ୍ଷା ମିଳିବ । ଏଣିକି ସଲମାନଙ୍କ ସୁରକ୍ଷା ବ୍ୟବସ୍ଥାରେ ୨୪ ଘଣ୍ଟିଆ ମୁତୟନ ରହିବେ ୨ ଜଣ ସଶସ୍ତ୍ର ଗାର୍ଡ । ଏହା ସହିତ ତାଙ୍କ ବାସଭବନରେ ୨ ଜଣ ଗାର୍ଡ ୨୪ ଘଣ୍ଟିଆ ଡ୍ୟୁଟି କରିବେ । ଏହା ସହିତ ପୋଲିସ ଗାର୍ଡ ମଧ୍ୟ ସଲମାନଙ୍କ ଏସକର୍ଟରେ ରହିବେ ।

ଲୋରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗ୍‌ ପକ୍ଷରୁ ଧମକ ମିଳିବା ପରେ ସୁପରଷ୍ଟାର ସଲମାନ ଖାନଙ୍କୁ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ମୁମ୍ବାଇ ପୋଲିସ ପକ୍ଷରୁ ଏଭଳି ଘୋଷଣା କରାଯାଇଥିଲା । ଏଣିକି ସଲମାନଙ୍କୁ Y+ ସୁରକ୍ଷା ମିଳିବ । ପୂର୍ବରୁ ଲୋରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗର ଟାର୍ଗେଟ୍‌ରେ ଥିଲେ ସଲମାନ ଖାନ । ଏପରିକି ସଲମାନଙ୍କ ଫାର୍ମହାଉସ୍‌ ବାହାରେ ତାଙ୍କୁ ହତ୍ୟା କରିବା ପାଇଁ ବ୍ଲୁ ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ କରିଥିଲା ଗ୍ୟାଙ୍ଗଷ୍ଟର ଲୋରେନ୍ସ ବିଷ୍ଣୋୟୀ । ସାର୍ପ୍‌ ସୁଟର୍‌ଙ୍କୁ ମୁତୟନ ମଧ୍ୟ କରିଥିଲା । କିନ୍ତୁ ଫେଲ୍‌ ମାରିଥିଲା ହତ୍ୟା ଯୋଜନା ।

Leave A Reply

Your email address will not be published.