ଭାରତ ଯୋଡୋ ଯାତ୍ରାରେ ଯୋଗ ଦେଲେ ଖଡଗେ

0

ନୂଆଦିଲ୍ଲୀ: କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରାକୁ ୫୦ଦିନରୁ ଅଧିକ ହୋଇଯାଇଛି । ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଯାତ୍ରା ଏବେ ହାଇଦ୍ରାବାଦରେ ପହଞ୍ଚି ସାରିଛି । ଏହିକ୍ରମରେ ନବନିର୍ବାଚିତ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଆଜିଠାରୁ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହେବେ। ଦଳର ବରିଷ୍ଠ ନେତା ଜୟରାମ ରମେଶ ଏହାର ସୂଚନା ଦେଇଛନ୍ତି । କଂଗ୍ରେସ ପକ୍ଷରୁ ଅନ୍ୟ ରାଜ୍ୟରେ ମଧ୍ୟ ସମାନ ଭାବେ ଯାତ୍ରା ବାହାର କରିବାକୁ ପ୍ରସ୍ତୁତି ଜାରି ରହିଛି, ଯେଉଁଠାରେ ଭାରତ ଯୋଡ଼ୋ ଯାତ୍ରା ଯିବନାହିଁ ।

ଅଧ୍ୟକ୍ଷ ହେବା ପରେ ମଲ୍ଲିକାର୍ଜୁନ ଖଡ଼ଗେ ସମ୍ପୂର୍ଣ୍ଣ ଭାବେ ଆକ୍ସନ ମୁଡରେ ଅଛନ୍ତି । ଜୟରାମ ରମେଶ କହିଛନ୍ତି କି ଖଡ଼ଗେ ଆଜି ଅପରାହ୍ନରେ ହାଇଦ୍ରାବାଦରେ ପହଞ୍ଚିବେ ଏବଂ ଯାତ୍ରାରେ ଭାଗ ନେବେ । କୁହାଯାଉଛି କି ଏହି ଯାତ୍ରା ସମୟରେ ରାହୁଲ ଗାନ୍ଧୀ ଐତିହାସିକ ଚାର ମିନାର ଗସ୍ତ ବି କରିବେ ।

Leave A Reply

Your email address will not be published.