ପୁରୀ ଆସୁଛନ୍ତି ରାଷ୍ଟ୍ରପତି: ବସିବ ଛତିଶା ନିଯୋଗ ବୈଠକ

0

ପୁରୀ (ଆମ ଟିଭି): ରାଷ୍ଟ୍ରପତି ହେବା ପରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୧୦ ତାରିଖରେ ମଧ୍ୟାହ୍ନରେ ପୁରୀରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କରିବେ । ଦର୍ଶନ ସରିବା ପରେ ଆନନ୍ଦ ବଜାରରେ ମହାପ୍ରସାଦ ସେବନ କରିବାର କାର୍ୟ୍ର୍ୟକ୍ରମ ରହିଛି। ରାଷ୍ଟ୍ରପତି ଦ୍ରୌପଦୀଙ୍କର ଏହା ହେଉଛି ଷଷ୍ଠତମ ଓଡ଼ିଶା ଗସ୍ତ । ତାଙ୍କର ଗସ୍ତ ପାଇଁ ଆଜି ଛତିଶା ନିଯୋଗ ବୈଠକ ବସୁଛି । ଏଥିପାଇଁ ରାଷ୍ଟ୍ରପତିଙ୍କ କୌଳିକ ପଣ୍ଡାଙ୍କୁ ନିମନ୍ତ୍ରଣ କରାଯାଇଛି ।

ସେହିଦିନ ସକାଳ ଧୂପ ଓ ଭୋଗ ମଣ୍ଡପ ସରିବା ପରେ ଗର୍ଭଗୃହକୁ ଯାଇ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ ସହ ପୂଜାର୍ଚ୍ଚନା କରିବେ ରାଷ୍ଟ୍ରପତି । ସେପଟେ ତାଙ୍କର ଗସ୍ତ ନେଇ ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ କଡାକଡି କରାଯାଇଛି । ପୁରୀରେ ପହଞ୍ଚିବାଠାରୁ ଆରମ୍ଭ କରି ରାଜଭବନ ଯିବା ରାସ୍ତା ଓ ହେଲିପ୍ୟାଡ ପ୍ରତ୍ୟାବର୍ତନ ପ୍ରତିଟି ରାସ୍ତାରେ ବ୍ଲୁ ବୁକ୍ ପ୍ରୋଟୋକଲ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.