ମାଛର ଦାମ ୫ ଲକ୍ଷ

0

ଜଳେଶ୍ୱର (ଆମ ଟିଭି): ଦୁଇ ଦିନ ତଳେ ପଶ୍ଚିମବଙ୍ଗ ଅଞ୍ଚଳର କିଛି ମତ୍ସ୍ୟଜୀବୀ ମାଛ ଧରିବାକୁ ଗଭୀର ସମୁଦ୍ରକୁ ଯାଇଥିଲେ। ଦୀଘା ମୁହାଣଠାରୁ ଅଳ୍ପ ଦୂରରେ ମାଛ ଧରୁଥିବା ବେଳେ ଜାଲରେ ଗୋଟିଏ ବିରାଟକାୟ ମାଛ ପଡ଼ିଥିଲା। ମାଛର ଓଜନ ୩୫ କିଲୋଗ୍ରାମ ହେବ। ମାଛକୁ ଧରି ଆଜି ସକାଳେ ମତ୍ସ୍ୟଜୀବୀମାନେ କୂଳକୁ ଆସିଥିଲେ। ଏହି ମାଛଟିକୁ କୋଲକାତାର ଏକ ଫାର୍ମା କମ୍ପାନୀ କିଣିଛି। ମାଛର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କରୁ ଊର୍ଦ୍ଧ୍ୱ ହେବ। ଏହି ମାଛର ନାଁ ତେଲିଆ ଭୋଳା ମାଛ।

 ମତ୍ସ୍ୟଜୀବୀମାନେ କୂଳକୁ ଆସିଥିଲେ। ଏହି ମାଛଟିକୁ କୋଲକାତାର ଏକ ଫାର୍ମା କମ୍ପାନୀ କିଣିଛି। ମାଛର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କରୁ ଊର୍ଦ୍ଧ୍ୱ ହେବ। ଏହି ମାଛର ନାଁ ତେଲିଆ ଭୋଳା ମାଛ।

ତେଲିଆ ଭୋଳା ମାଛ ଚାହିଁଦା ବିଦେଶରେ ରହିଛି। ଏହି ମାଛରୁ ମେଡ଼ିସିନ୍‌ ତିଆରି ହେଉଥିବା ଜଣାପଡ଼ିଛି। ଯେଉଁଥିପାଇଁ ନାମୀଦାମୀ ଫାର୍ମା କମ୍ପାନୀ ଅଧିକ ଟଙ୍କା ଦେଇ ଏହି ମାଛକୁ କିଣୁଛନ୍ତି। ସାଧାରଣତଃ ସବୁବେଳେ ଏହି ମାଛ ଜାଲରେ ପଡ଼େନାହିଁ। କେତେବେଳେ କେମିତି ଜାଲରେ ପଡ଼ିଥାଏ। ଆଉ ମତ୍ସଜୀବୀଙ୍କୁ ମାଲାମାଲ୍‌ କରିଥାଏ

 

Leave A Reply

Your email address will not be published.