ଜାତୀୟ ସଙ୍ଗୀତ ଭଳି ବନ୍ଦେ ମାତରମକୁ ମିଳୁ ସମାନ ମର୍ୟ୍ୟାଦା: କେନ୍ଦ୍ର ସରକାର

0

ଭୁବନେଶ୍ୱର (ଆମ ଟିଭି): ଜନ-ଗଣ-ମନ ହେଉଛି ଭାରତର ଜାତୀୟ ସଙ୍ଗୀତ । ଏହାସହ ବନ୍ଦେ ମାତରମ ମଧ୍ୟ ବିଶେଷତ୍ୱ ରହିଛି । ଜତୀୟ ସଙ୍ଗୀତ ଜନ-ଗଣ-ମନ ଭଳି ବନ୍ଦେ ମାତରମ୍ କୁ ସମାନ ମର୍ୟ୍ୟାଦା ମିଳୁ । ଦେଶବାସୀଙ୍କ ମନରେ ସମାନ ଧରଣର ଜାତୀୟତା ଭାବେ ଜାଗ୍ରତ ହେଉ। ବାନ୍ଦେ ମାତରମକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଦାୟର ହୋଇଥିବା ଜନସ୍ବାର୍ଥ ମାମଲାର ଶୁଣାଣିବେଳେ ସମାନ ମର୍ୟ୍ୟାଦା ମିଳିବା ଦରକାର ବୋଲି କହିଛନ୍ତି କେନ୍ଦ୍ର ସରକାର । ଜାତୀୟ ଗୀତକୁ ନେଇ ଗାଇଡଲାଇନ ଜାରି କରିବାକୁ କୋର୍ଟଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି । ଏହା ପୂର୍ବରୁ ଗୃହ ମନ୍ତ୍ରଣାଳୟ, ଶିକ୍ଷା ମନ୍ତ୍ରଣାଳୟ, ସଂସ୍କୃତି ମନ୍ତ୍ରଣାଳୟ ଓ ଆଇନ ମନ୍ତ୍ରଣାଳୟକୁ ନୋଟିସ୍ ଜାରି କରି ଜବାବ ତଲବ କରିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଏହା ସହିତ ସ୍କୁଲ ଓ ଅନ୍ୟ ଶିକ୍ଷାନୁଷ୍ଠାନ ମାନଙ୍କରେ ପ୍ରତିଦିନ ଜାତୀୟ ସଙ୍ଗୀତ ଓ ଜାତୀୟ ଗୀତ ଗାନ କରିବା ନେଇ କେନ୍ଦ୍ର ଓ ରାଜ୍ୟ ସରକାର ମାନଙ୍କୁ ଜଣାଇଥିଲେ ।

୧୯୫୦ ଜାନୁଆରୀ ୨୪ ତାରିଖ ପାରିତ ପ୍ରସ୍ତାବ ଅନୁଯାୟୀ, ଜାତୀୟ ସଙ୍ଗୀତ ଓ ଜାତୀୟ ଗୀତକୁ ସମାନ ମର୍ୟ୍ୟାଦା ଦେବା ନେଇ ଗାଇଡଲାଇନ ବ୍ୟବସ୍ଥା ହେବ । ଆବେଦନକାରୀ ଅଶ୍ବିନୀ କୁମାର ଉପାଧ୍ୟୟ କହିଛନ୍ତି, ଭାରତ ହେଉଛି ରାଜ୍ୟମାନଙ୍କର ସଂଘ । ଆମ ସମସ୍ତଙ୍କ ମନରେ ଜାତୀୟତା ଭାବ ଆସିବା ଦରକାର । ଏହା ଆମର ଦାୟିତ୍ବ ଯେ, ଜାତୀୟ ସଙ୍ଗୀତ ଭଳି ବନ୍ଦେ ମାତରମକୁ ସମାନ ମର୍ୟ୍ୟାଦା ଦେବା ଦାରକାର । ଜନ-ଗଣ-ମନ ସାଙ୍ଗୀତ ଓ ବନ୍ଦେ ମାତରମ୍ ଗୀତକୁ ସମ୍ବିଧାନରେ ସ୍ବତନ୍ତ୍ର ସ୍ଥାନ ଦିଆଯାଇଛି । ଜନ-ଗଣ-ମନରେ ରାଷ୍ଟ୍ରୀୟ ଭାବନା ଓ ବନ୍ଦେ ମାତରମରେ ଚରିତ୍ର, ଜୀବନ ଶୈଳି ଉପରେ ଆଧାରିତ । ତେଣୁ ସମସ୍ତ ଭାରତୀୟ ବନ୍ଦେ ମାତରମ ଗୀତକୁ ସମ୍ମାନ କରିବା ଦରକାର ବୋଲି ଆବେଦନକାରୀ କହିଛନ୍ତି ।

 

Leave A Reply

Your email address will not be published.