ହିମାଚଳପ୍ରଦେଶ ନିର୍ବାଚନ: ବିଜେପି ଘୋଷଣା କଲା ନିର୍ବାଚନୀ ଇସ୍ତାହାର

0

ଶିମଲା(ଆମ ଟିଭି): ହିମାଚଳପ୍ରଦେଶ ନିର୍ବାଚନ ପାଇଁ ଚାଲିଛି ରଣନୀତି । ପ୍ରଚାର ମୈଦାନ ସରଗରମ ହେବାରେ ଲାଗିଛି । ଆଗାମୀ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ଆଜି ‘ବିଜେପି’ ତା’ର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କରିବା ସହିତ ରାଜ୍ୟରେ ‘ୟୁନିଫର୍ମ ସିଭିଲ୍ କୋଡ୍’ ପ୍ରଚଳନ କରିବ ବୋଲି ପ୍ରତିଶ୍ରୁତ ଦେଇଛି। ଶିମ୍ଲାରେ ଇସ୍ତାହାର ‘ସଙ୍କଳ୍ପ ପତ୍ର ୨୦୨୨’ ଉନ୍ମୋଚନ କରି ‘ବିଜେପି’ର ଜାତୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡା କହିଲେ ଯେ, ‘ୟୁନିଫର୍ମ ସିଭିଲ୍ କୋଡ୍’ ପ୍ରଚଳନ ନିମନ୍ତେ ବିଶେଷଜ୍ଞ କମିଟି ଗଢ଼ାଯିବ। କମିଟିର ରିପୋର୍ଟ ଆଧାରରେ ତାହା ଲାଗୁ କରାଯିବ। ଏହାଛଡ଼ା, ପର୍ୟ୍ୟାୟକ୍ରମେ ୮ ଲକ୍ଷ ଚାକିରି ସୃଷ୍ଟି ଏବଂ ୫ଟି ନୂଆ ମେଡିକାଲ୍ କଲେଜ ଖୋଲିବା ପାଇଁ ମଧ୍ୟ ସେ ପ୍ରତିଶ୍ରୁତି ଦେଇଛନ୍ତି।

ନଡ୍ଡା କହିଛନ୍ତି, ଏହି ‘ସଙ୍କଳ୍ପ ପତ୍ର’ ୧୧ଟି ପ୍ରତିଶ୍ରୁତି ଉପରେ ଆଧାରିତ। ଏହି ପ୍ରତିବଦ୍ଧତା ସମାଜରେ ସମାନତା ଆଣିବା ସଙ୍ଗେ ସଙ୍ଗେ ଯୁବା ଓ କୃଷକ ସଶକ୍ତିକରଣ, ଉଦ୍ୟାନକୃଷି ସୁଦୃଢ଼ିକରଣ, ସରକାରୀ ଚାକିରିଆଙ୍କୁ ବିଚାର ପ୍ରଦାନ ଏବଂ ଅଧ୍ୟାତ୍ମିକ ପର୍ୟ୍ୟଟନକୁ ଅଗ୍ରସର କରାଇବ। ସେ ମଧ୍ୟ କହିଛନ୍ତି ଯେ, ଯେକୌଣସି ବେଆଇନ ବ୍ୟବହାର ବନ୍ଦ କରାଇବା ଲାଗି ‘ବିଜେପି’ ହିମାଚଳ ପ୍ରଦେଶରେ ଥିବା ‘ୱାକଫ୍ ସମ୍ପତ୍ତି’ର ସର୍ଭେ କରାଇବ। ‘ବିଜେପି’ ସରକାର ‘ଶକ୍ତି’ ନାମରେ ଆରମ୍ଭ କରିବାକୁ ଥିବା କାର୍ୟ୍ୟକ୍ରମରେ ୧୦ ବର୍ଷରେ ୧୨,୦୦୦ କୋଟି ଟଙ୍କା ବ୍ୟୟ କରାଯାଇ ଧର୍ମକ୍ଷେତ୍ର ଏବଂ ମନ୍ଦିର ଚାରିପଟେ ଭିତ୍ତିଭୂମି ଓ ପରିବହନ ବିକାଶ କରିବ ବୋଲି ମଧ୍ୟ ସେ କହିଛନ୍ତି। ଏହାଛଡ଼ା, ରାଜ୍ୟର ମହିଳାମାନଙ୍କ ପୃଥକ୍ ଇସ୍ତାହାର ଉନ୍ମୋଚନ କରି ‘ବିଜେପି’ କହିଛି ଯେ, ୬ଷ୍ଠରୁ ୧୨ଶ ଶ୍ରେଣୀ ପର୍ୟ୍ୟନ୍ତ ଛାତ୍ରୀମାନଙ୍କୁ ସାଇକେଲ୍ ଓ ଉଚ୍ଚଶିକ୍ଷା ଅଧ୍ୟୟନ କରୁଥିବା ଝିଅମାନଙ୍କୁ ‘ସ୍କୁଟି’ ପ୍ରଦାନ କରାଯିବ। ଏବଂ ସରକାରୀ ଚାକିରି କ୍ଷେତ୍ରରେ ମହିଳାମାନଙ୍କ ପାଇଁ ୩୩% ସଂରକ୍ଷଣ ରହିବ ବୋଲି ନଡ୍ଡା କହିଛନ୍ତି।

Leave A Reply

Your email address will not be published.