“ପ୍ରତୀକ୍ଷା” ପ୍ରଚାରର ଭିନ୍ନ ପ୍ରୟାସ*
ଭୁବନେଶ୍ୱର(ଆମ ଟିଭି):ଆସନ୍ତା ଡ଼ିସେମ୍ବର ୨ ରେ ମୁକ୍ତିଲାଭ କରିବାକୁ ଯାଉଥିବା ବହୁପ୍ରତିକ୍ଷିତ ଓଡ଼ିଆ ଚଳଚ୍ଚିତ୍ର ପ୍ରତୀକ୍ଷା ର ପ୍ରଚାର ଏକ ଭିନ୍ନ ଉପାୟରେ ଆରମ୍ଭ ହୋଇଛି । ଜଣେ ମଧ୍ୟବିତ୍ତ ପରିବାର ର ବାପ ପୁଅ ଙ୍କ ଇମୋସନ କୁ ନେଇ ନିର୍ମାଣ ହେଇଥିବା ଚଳଚ୍ଚିତ୍ର ର ପ୍ରମୋସନ ପାଇଁ ଅଭିନେତା ଜିମୂନ, ଭକ୍ତି, ଅଭିନେତ୍ରୀ ବର୍ଷା ପଟ୍ଟନାୟକ, ସଙ୍ଗୀତ ନିର୍ଦ୍ଦେଶକ ଆଶିଷ ପ୍ରଧାନ ଏବେ ଯୁବ ସମାଜଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରୟାସ କରିଛନ୍ତି । ତେଣୁ ପ୍ରଥମେ ଗୀତମ କଲେଜ ରେ ପହଞ୍ଚିଥିଲା ଟିମ ।
ପ୍ରାୟ 200 ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ପ୍ରତୀକ୍ଷା ର ଟ୍ରେଲର ଏବଂ ୩ ଟି ଗୀତ ପ୍ରଦର୍ଶନ କରାଯାଇଥିଲା । ଟ୍ରେଲର ଦେଖିବା ବେଳେ ପିଲାଙ୍କ ଆଖିରେ ଟୋପା ଟୋପା ଲୁହ ଦେଖିଚୁ, ଛାତିରେ କୋହ ମଧ୍ୟ ଲକ୍ଷ୍ୟ କରିଛୁ । ଅନେକ ପିଲା ନିଜକୁ ଆୟତ୍ତ କରିପାରିନଥିଲେ । ନିଜ ବାପ ପୁଅ ସମ୍ପର୍କର କିଛି କିଛି ଅଭିଜ୍ଞତା ମଧ୍ୟ ଆମକୁ ବଖାଣିଥିଲେ । ପରିବେଶ ପୁରା କୋହଭରା ହୋଇ ଯାଇଥିଲା । ପ୍ରତୀକ୍ଷା ର ଏମିତି ଏକ ପଦକ୍ଷେପ ପାଇଁ ଗୀତମ କଲେଜ କର୍ତୃପକ୍ଷ ପ୍ରତୀକ୍ଷା ଟିମ କୁ ଢେର ପ୍ରଶଂସା କରିବା ସହିତ ବହୁତ ଧନ୍ୟବାଦ ଜଣାଇଥିଲେ । ଚଳଚ୍ଚିତ୍ର ରେ ଥିବା ଇମୋସନ କୁ କିଞ୍ଚିତ ଦେଖିଥିବା ବେଳେ ମୁକ୍ତିଲାଭ ଦିନ କୁ ସମସ୍ତେ ଅପେକ୍ଷାରେ ଅଛୁ ବୋଲି ପ୍ରତିଶୃତି ପାଇ ଫେରିଥିଲା ପ୍ରତୀକ୍ଷା ଟିମ । ଗୋପାଳ ସାହୁ ଙ୍କ ତତ୍ୱାବଧାନ ରେ ଟିମ୍ ।