ନିର୍ବାଚନ ଲଢ଼ିବେ ମୁଲାୟମଙ୍କ ବୋହୂ

0

ନୂଆଦିଲ୍ଲୀ: ଡିସେମ୍ବର ୫ ତାରିଖରେ ହେବାକୁ ଥିବା ଉପନିର୍ବାଚନରେ ମୈନପୁରୀ ସଂସଦୀୟ ଆସନରୁ ଡିମ୍ପଲ୍‌ ଯାଦବ ପ୍ରାର୍ଥୀ ହେବେ ବୋଲି ଆଜି ‘ସମାଜବାଦୀ ପାର୍ଟି’ ଘୋଷଣା କରିଛି।

‘ସମାଜବାଦୀ ପାର୍ଟି’ର ସଂସ୍ଥାପକ ମୁଲାୟମ୍‌ ସିଂହ ଯାଦବଙ୍କ ମୃତ୍ୟୁ ପରେ ଉକ୍ତ ଆସନ ଖାଲି ପଡ଼ିଥିଲା। ଡିମ୍ପଲ୍‌ ଯାଦବ ହେଉଛନ୍ତି ‘ସମାଜବାଦୀ ପାର୍ଟି’ର ମୁଖ୍ୟ ଅଖିଳେଶ ଯାଦବଙ୍କ ପତ୍ନୀ ତଥା ମୁଲାୟମ୍‌ ସିଂହ ଯାଦବଙ୍କ ବୋହୂ।

ଉଲ୍ଲେଖଯୋଗ୍ୟ, ଦୀର୍ଘ ଦିନ ଅସୁସ୍ଥ ରହିବା ପରେ ଗତମାସରେ ମୃତ୍ୟୁବରଣ କରିଥିବା ଦଳର ସଂସ୍ଥାପକ ମୁଲାୟମ୍‌ ସିଂହ ଯାଦବ ୧୯୯୬ରେ ପ୍ରଥମେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଏହି ଆସନରୁ ସେ ଆହୁରି ତିନିଥର (୨୦୦୪, ୨୦୦୯ ଓ ୨୦୧୯) ସଫଳତାର ସହ ପ୍ରତିଦ୍ବନ୍ଦ୍ବିତା କରିଥିଲେ।ଏହି ଆସନରେ ତେଜ ପ୍ରତାପ ଯାଦବ ଅଥବା ଧର୍ମେନ୍ଦ୍ର ଯାଦବଙ୍କୁ ଠିଆ କରାଇବା ନିମନ୍ତେ ଆଗରୁ ବିଚାର କରାଯାଉଥିଲା। କିନ୍ତୁ, ଆଜି ଉକ୍ତ ଆସନ ନିମନ୍ତେ ଡିମ୍ପଲ୍‌ ଯାଦବଙ୍କ ନାମ ଅନୁମୋଦନ କରାଯାଇଛି।

Leave A Reply

Your email address will not be published.