ମୁକ୍ତ ହେବେ ରାଜୀବ ଗାନ୍ଧିଙ୍କ ହତ୍ୟାକାରୀ
ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡ ଭୋଗୁଥିବା ସମସ୍ତ ଦୋଷୀଙ୍କୁ ମୁକ୍ତ କରିବାରୁ ଶୁକ୍ରବାର ସର୍ବୋଚ୍ଚ ନ୍ୟୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟ କୌଣସି ମାମଲାରେ ସଂପୃକ୍ତ ନଥିଲେ ଉକ୍ତ ୬ ଜଣ ଯାକ ଦୋଷୀଙ୍କୁ ମୁକ୍ତ କରିବାରୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ।
ଏକ ଆତ୍ମଘାତୀ ବିସ୍ଫୋରଣରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସମେତ ଅନ୍ୟ ୨୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେଠାରେ ଉପସ୍ଥିତ ଥିବା ଏହି ଘଟଣାର ପ୍ରଧାନ ଅଭିଯୁକ୍ତଙ୍କ ଶୁଣାଣି କରି ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି।
ଜଷ୍ଟିସ୍ ବିଆର୍ ଗାଭି ଓ ବିଭି ନାଗରତ୍ନଙ୍କ ଦ୍ବାରା ଗଠିତ ଏକ ଖଣ୍ଡପୀଠରେ ଅଭିଯୁକ୍ତା ନଳିନୀ, ମୁରୁଗାନ, ସନ୍ଥନ, ଶ୍ରୀହରନ, ରୋବର୍ଟ ପୟାସ ଏବଂ ରବିଚନ୍ଦ୍ରନଙ୍କୁ ଏବେ ଜେଲ୍ରୁ ମୁକ୍ତ କରିବାକୁ ଶୁଣାଣି ହୋଇଛି।