ପୁଣି ଟ୍ୱିଟରକୁ ଫେରିଲେ ଡୋନାଲ୍ଡ ଟ୍ରମ୍ପ୍

0

ୱାଶିଂଟନ (ଆମ ଟିଭି): ଦୀର୍ଘ ଦିନ ପରେ ପୁଣି ଟ୍ୱିଟର ପ୍ଲାଟଫର୍ମକୁ ଫେରିଲେ ଡୋନାଲ୍ଡ ଟ୍ରମ୍ପ । ପୁଣି ଥରେ ଆକ୍ଟିଭ ହେଲା ତାଙ୍କ ଟ୍ୱିଟର୍ ଆକାଉଣ୍ଟ। ଏନେଇ ଟ୍ୱିଟର୍ର ନୂଆ ମାଲିକ ଏଲନ୍ ମସ୍କ ସୂଚନା ଦେଇଛନ୍ତି। ଜନମତରେ ବିଜୟୀ ହେବା ପରେ ଟ୍ରମ୍ପ ପୁଣି ଥରେ ଟ୍ୱିଟର୍କୁ ଫେରିଛନ୍ତି। ଗତବର୍ଷ ଜାନୁଆରି ୬ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକା କ୍ୟାପିଟଲ୍ ଆକ୍ରମଣ ଘଟଣାରେ ସମ୍ପୃକ୍ତି ଯୋଗୁଁ ଟ୍ରମ୍ପ୍ଙ୍କ ‘ଟ୍ୱିଟର୍’ ଆକାଉଣ୍ଟ ଡି-ଆକ୍ଟିଭ କରାଯାଇଥିଲା। ୨୦୨୦ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ନିର୍ବାଚନର ଫଳାଫଳକୁ ବାତିଲ କରାଇବା ପାଇଁ ଟ୍ରମ୍ପ୍ଙ୍କ ସମର୍ଥକମାନେ କ୍ୟାପିଟଲ୍ ଆକ୍ରମଣ କରିଥିଲେ।

ତେବେ କ୍ୟାପିଟାଲ ହିଂସାକାଣ୍ଡ ପରେ ଟ୍ରମ୍ପଙ୍କ ଆକାଉଣ୍ଟ ପୁନଃ ଆକ୍ଟିଭ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ ଏଲନ ମସ୍କ। ଟ୍ରମ୍ପ୍ଙ୍କ ଅଚଳ ଆକାଉଣ୍ଟକୁ ପୁନଃସଚଳ କରାଯିବା କଥା କି, ନୁହେଁ- ଏଥିପାଇଁ ଏଲନ୍ ମସ୍କ୍ ୨୪ଘଣ୍ଟିଆ ଜନମତ ଲୋଡିଥିଲେ। ଏହି ଜନମତରେ ଟ୍ରମ୍ପ୍ ବିଜୟୀ ହୋଇଛନ୍ତି। ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟ ପୁନଃ ଆକ୍ଟିଭ୍ ହେବା ନେଇ ସୂଚନା ଦେଇ ମସ୍କ ଟ୍ୱିଟ୍ କରିଛନ୍ତି ‘ଜନତା କହିସାରିଛନ୍ତି ଯେ ଟ୍ରମ୍ପଙ୍କ ଆକାଉଣ୍ଟ ପୁନଃ ଆକ୍ଟିଭ୍ ହେବ।‘ ଏହିସହିତ ମସ୍କ ଲାଟିନ ଶବ୍ଦ ବ୍ୟବହାର କରି ଲେଖିଛନ୍ତି ‘ଭକ୍ସ ପୋପୁଲୀ, ଭକ୍ସ ଡେଇ।‘ ଯାହାର ଅର୍ଥ ହେଲା ଲୋକମାନଙ୍କର ସ୍ୱର ଈଶ୍ୱରଙ୍କ ସ୍ୱର ସହିତ ସମାନ।

Leave A Reply

Your email address will not be published.