ଜୋମାଟୋ ନେଲା ଏମିତି ବଡ ନିଷ୍ପତ୍ତି, ଜାଣନ୍ତୁ କଣ

0

ନୂଆଦିଲ୍ଲୀ:  ଅନଲାଇନରେ ଖାଦ୍ୟ ଡେଲିଭରି କରୁଥିବା ଜୋମାଟୋ ତାର ବିଭିନ୍ନ ବିଭାଗରେ କର୍ମଚାରୀମାନଙ୍କୁ କମ୍ପାନୀ ଛାଡ଼ିବାକୁ ନୋଟିସ ଦେଇଛି। କମ୍ପାନୀର ଥିବା ୱାର୍କ ଫୋର୍ସର ୩ ପ୍ରତିଶତ କର୍ମଚାରୀଙ୍କୁ ଚାକିରି ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ଫଳରେ କମ୍ପାନୀରେ ବିଭିନ୍ନ ବିଭାଗ ଏଥିପାଇଁ ପ୍ରଭାବିତ ହେବାକୁ ଯାଉଛି। ଲାଇଭ ମିଣ୍ଟର ରିପୋର୍ଟ ଅନୁଯାୟୀ, ଭିତିଆରି ସୂତ୍ରରୁ ହସ୍ତଗତ ହୋଇଥିବା ସୂଚନା ମୁତାବକ ବୈଷୟିକ, ପ୍ରଡକ୍ଟ, ଏବଂ ମାର୍କେଟିଂ ବିଭାଗର କର୍ମଚାରୀମାନଙ୍କୁ ଚାକିରିରୁ ଇସ୍ତଫା ଦେବା ପାଇଁ ଚେତାବନୀ ଦିଆଯାଇଛି। ଦକ୍ଷତା ଚୟନ ମାପଦଣ୍ଡରେ ୩ ପ୍ରତିଶତ କର୍ମଚାରୀ ଫଳପ୍ରଦ ନୁହନ୍ତି। ତେଣୁ ସେମାନଙ୍କୁ ବାହାର କରାଯିବ।

୨୦୨୦ରେ କରୋନାଭାଇରସ୍ ମହାମାରୀ ପରେ ବ୍ୟବସାୟରେ ଘାଟା ଯୋଗୁ ଏହି ଫୁଡ୍‌ ଡେଲିଭରି ଆପ୍‌ ପ୍ରାୟ ୫୨୦ ଜଣ ର୍ମଚାରୀଙ୍କୁ ଚାକିରିରୁ ବିଦା କରିଥିଲା। ଯାହା ସମ୍ପୂର୍ଣ୍ଣ ୱାର୍କ ଫୋର୍ସର ପ୍ରାୟ ୧୩ ପ୍ରତିଶତ ହେବ। ବର୍ତ୍ତମାନ ଛଟେଇ ପରେ ଜୋମାଟୋରେ ଏବେ ପ୍ରାୟ ୩୮୦୦ କର୍ମଚାରୀ ଅଛନ୍ତି। ଏଥିସହ ଜୋମାଟୋର ସହ-ପ୍ରତିଷ୍ଠାତା ମୋହିତ ଗୁପ୍ତା ଫାର୍ମରେ ୪.୫ ବର୍ଷ କାର୍ଯ୍ୟ କରିବା ପରେ ଇସ୍ତଫା ଦେଇଛନ୍ତି। ଗୁପ୍ତାଙ୍କ ଇସ୍ତଫା ନେଇ ଜୋମାଟୋ ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଦୀପିନ୍ଦର ଗୋୟଲ କହିଛନ୍ତି ଯେ, ଆପଣ ଆମର ଜଣେ ଭାଇ ଏବଂ ଦୀର୍ଘଦିନ ଧରି ଜଣେ ମୋର ଭଲ ବନ୍ଧୁ ଥିଲେ। ଆପଣ ଏହି କମ୍ପାନୀ ପାଇଁ ଅତି ଭଲ କାମ କରିଛନ୍ତି। ବ୍ୟବସାୟ ଉନ୍ନତି ଦିଗରେ ଆପଣଙ୍କ ଅବଦାନ ଅତୁଳନୀୟ। କମ୍ପାନୀର ପ୍ରଗତିରେ ଆପଣଙ୍କ ଭାଗିଦାରୀ ବେଶ ଉତ୍ସାହଜନକ। ଯାହାକୁ କେବେ ଭୁଲି ହେବ ନାହିଁ। ସୂଚନା ଅନୁଯାୟୀ, ଉଭୟ ଷ୍ଟାର୍ଟଅପ୍ ଏବଂ ଟେକ୍ ଶିଳ୍ପଗୁଡିକ ବର୍ତ୍ତମାନ ଏକ କଠିନ ସମୟ ଦେଇ ଗତି କରୁଛନ୍ତି। ଆମାଜନ, ମେଟା ଏବଂ ଟ୍ୱିଟର ସମେତ ବଡ ବଡ଼ ବୈଷୟିକ କମ୍ପାନୀଗୁଡିକ ଭାରତ ସମେତ ବିଶ୍ୱରେ ହଜାର ହଜାର କର୍ମଚାରୀଙ୍କୁ ବରଖାସ୍ତ କରିଛନ୍ତି।

Leave A Reply

Your email address will not be published.