ପଦ୍ମପୁର (ଆମ ଟିଭି): ପଦ୍ମପୁର ଉପନିର୍ବାଚନକୁ ସରଗରମ ରାଜ୍ୟ ରାଜନୀତି । ପଦ୍ମପୁର ଆସନ ହାତେଇବା ପାଇଁ ଝାଳ ବୁହାଉଛନ୍ତି ସବୁ ରାଜର୍ନେତିକ ଦଳ । ଆଜି ସରିଲା ପ୍ରାର୍ଥୀପତ୍ର ପ୍ରତ୍ୟାହାର ଅବଧି । ମଇଦାନରେ ଲଢିବେ ୧୦ ପ୍ରାର୍ଥୀ । ଏ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ପ୍ରେସମିଟ କରି ସୂଚନା ଦେଇଛନ୍ତି । ଉପନିର୍ବାଚନ ପାଇଁ ମୋଟ ୧୩ ଜଣ ନାମାଙ୍କନ କରିଥିବାବେଳେ ଯାଞ୍ଚ ବେଳେ ୨ ଜଣଙ୍କ ନାକଚ ହୋଇଥିଲା। ଆଜି ଜଣେ ପ୍ରାର୍ଥୀ ପ୍ରତ୍ୟାହାର କରିଛନ୍ତି । ସକାଳ ୭ ଟାରୁ ଅପରାହ୍ନ ୪ ଟା ପର୍ୟ୍ୟନ୍ତ ମତଦାନ କରିବେ ଭୋଟର।
୮୦ ବର୍ଷରୁ ଉର୍ଦ୍ଧ୍ବ ଓ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ପୋଷ୍ଟାଲ ବାଲଟ କରାଯାଇଛି । ପଦମପୁରରେ ୨ ଲକ୍ଷ ୫୭ ହଜାର ୪୭୪ ଭୋଟର ରହିଛନ୍ତି । ପୁରୁଷ ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୨୯ ହଜାର ୪୯୭ ରହିଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ୧ଲକ୍ଷ ୨୭ ହଜାର ୫୬୫ ରହିଛି। ୩୧୯ ମତଦାନ କେନ୍ଦ୍ରରେ ଭୋଟ ଦେବେ ଭୋଟର । କିଛି ମତଦାନ କେନ୍ଦ୍ରର ନା ପରିବର୍ତ୍ତନ ହୋଇଥିଲେ ବି ସ୍ଥାନ ସମାନ ରହିଛି। ତେଣୁ ପୂର୍ବରୁ ଯେଉଁଠି ଭୋଟ ଦେଇଥିଲେ ସେହି ସ୍ଥାନରେ ଭୋଟ ଦେବେ ଭୋଟର ।