ରାଜ୍ୟପାଳ ଭାବେ ଶପଥ ନେଲେ ସି.ଭି. ଆନନ୍ଦ ବୋଷ

0

କୋଲ୍‌କାତା: ଆଜି ସି.ଭି. ଆନନ୍ଦ ବୋଷ ପଶ୍ଚିମବଙ୍ଗର ନୂତନ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି। କୋଲ୍‌କାତାସ୍ଥିତ ରାଜଭବନରେ କାଲ୍‌କାଟା ହାଇକୋର୍ଟର ମୁଖ୍ୟ ବିଚାରପତି ପ୍ରକାଶ ଶ୍ରୀବାସ୍ତବ ତାଙ୍କୁ ଶପଥ ପାଠ କରାଇଛନ୍ତି।ଏହି ଶପଥ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ରାଜ୍ୟ କ୍ୟାବିନେଟ୍‌ର ସଦସ୍ୟ, ପୂର୍ବତନ ରାଜ୍ୟପାଳ ଗୋପାଳକୃଷ୍ଣ ଗାନ୍ଧୀ, ବାମ ସାମ୍ମୁଖ୍ୟର ଅଧ୍ୟକ୍ଷ ବିମାନ ବୋଷ ପ୍ରଭୃତି ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।

କିନ୍ତୁ, ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ ଏହି ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ନ ଥିଲେ। ତାଙ୍କର ଅନୁପସ୍ଥିତ ବିବାଦର କାରଣ ହୋଇଛି। ରାଜ୍ୟପାଳଙ୍କ ଶପଥ ଗ୍ରହଣ ଉତ୍ସବରେ ଆସନ ଅବ୍ୟବସ୍ଥା ହୋଇଥିବା କଥା ଅଧିକାରୀ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ୨୦୨୧ ବିଧାନସଭା ନିର୍ବାଚନ ପରେ ‘ବିଜେପି’ ଛାଡ଼ି ତୃଣମୂଳ କଂଗ୍ରେସରେ ମିଶିଥିବା ଦୁଇଜଣ ନେତାଙ୍କ ନିକଟରେ ତାଙ୍କ ପାଇଁ ଆସନ ବ୍ୟବସ୍ଥା କରାଯାଇଥିଲା।

ଜୁଲାଇ ୧୮ ତାରିଖରେ ଜଗଦୀପ ଧନଖଡ଼ ଭାରତର ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ‌ହୋଇଯିବା ପରେ ମଣିପୁର ରାଜ୍ୟପାଳ ଲା. ଗଣେଶନ୍‌ ପଶ୍ଚିମବଙ୍ଗ ରାଜ୍ୟପାଳ ଦାୟିତ୍ବ ଗ୍ରହଣ କରିଥିଲେ। ଆଜି ବୋଷ ତାଙ୍କଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି।

Leave A Reply

Your email address will not be published.