ଆସାମ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟରେ ରାହୁଲ ଗାନ୍ଧି, କହିଲେ ଏମିତି କିଛି
ଅହମଦାବାଦ୍: ଆଜିକାଲି ରାହୁଲ୍ ଗାନ୍ଧୀ ସଦ୍ଦାମ୍ ହୁସେନ୍ଙ୍କ ପରି ଦିଶୁଛନ୍ତି ବୋଲି ଦେଶରେ କଂଗ୍ରେସ ପାର୍ଟିର ‘ଭାରତ ଯୋଡ଼ୋ ଯାତ୍ରା’ର ନେତୃତ୍ବ ନେଉଥିବା ରାହୁଲ୍ଙ୍କୁ ସମାଲୋଚନା କରି ମଙ୍ଗଳବାର ଦିନ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା କହିଛନ୍ତି।
ଅହମଦାବାଦରେ ‘ବିଜେପି’ ପ୍ରାର୍ଥୀଙ୍କ ପ୍ରଚାର ନିମନ୍ତେ ଜନସମାବେଶରେ ଉଦ୍ବୋଧନ ଦେବା ବେଳେ ବିଶ୍ବ ଶର୍ମା ଉପରୋକ୍ତ ତୁଳନା କରିଛନ୍ତି।
ଆଗକୁ ଗୁଜରାଟ ବିଧାନସଭା ନିର୍ବାଚନ ଆସୁଥିବା ବେଳେ ରାହୁଲ୍ ଗାନ୍ଧୀଙ୍କ ସୁନିର୍ବାଚିତ ଗୁଜରାଟ ଗସ୍ତ ଉପରେ ମନ୍ତବ୍ୟ ଦେଇ ବିଶ୍ବ ଶର୍ମା କହିଛନ୍ତି, ସେ ଗୁଜରାଟରେ ଅଦୃଶ୍ୟ ହୋଇଯାଇଛନ୍ତି। ଅତିଥି ଶିକ୍ଷକ ଭାବେ ସେ ଗୁଜରାଟ ଗସ୍ତରେ ଆସନ୍ତି। ହିମାଚଳ ପ୍ରଦେଶ ନିର୍ବାଚନରେ ମଧ୍ୟ ସେ ପ୍ରଚାର କରି ନାହାନ୍ତି। ସେ କେବଳ ନିର୍ବାଚନ ନ ଥିବା ସ୍ଥାନଗୁଡ଼ିକୁ ଯାଉଛନ୍ତି। ହୁଏ ତ ପରାଜୟକୁ ସେ ଭୟ କରୁଛନ୍ତି।