୧୨ ବିଦ୍ରୋହୀଙ୍କ ବହିଷ୍କାର କଲା ବିଜେପି

0

ନୂଆଦିଲ୍ଲୀ: ପାଖେଇ ଆସୁଛି ଗୁଜରାଟ ବିଧାନସଭା ନିର୍ବାଚନ। ଏଥିପାଇଁ ସବୁ ଦଳ ଭିତରେ ତତ୍ପରତା ପ୍ରକାଶ ପାଇଛି। ତେବେ ଏହାରି ଭିତରେ ନିର୍ବାଚନ ପୂର୍ବରୁ ଆକ୍ସନମୁଡ୍ ଆସିଛି ବିଜେପି। ଦଳରୁ ୧୨ ବିଦ୍ରୋହୀ ନେତାଙ୍କୁ ବିଦା କରିଛି।ଦଳ ବିରୋଧୀ କାର୍ଯ୍ୟ ପାଇଁ ଏମାନଙ୍କୁ ବିଜେପି ବହିଷ୍କାର କରିଛି। ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ଟିକେଟ୍ କଟିବା ପରେ ଦଳ ବିରୋଧୀ କାର୍ଯ୍ୟରେ ଏମାନେ ଲିପ୍ତ ରହୁଥିବା ଅଭିଯୋଗ ହୋଇଥିଲା। ଏହା ପୂର୍ବରୁ ୭ଜଣ ବିଧାୟକଙ୍କୁ ଗୁଜରାଟ ବିଜେପି ଅଧ୍ୟକ୍ଷ ନିଲମ୍ବିତ କରିଥିଲେ।

ନିର୍ବାଚନ ଆଉ ଦିନ କେଇଟା ଥିବାବେଳେ ଅସନ୍ତୁଷ୍ଟ ଗୋଷ୍ଠୀକୁ ଦଳରୁ ବାହାର ରାସ୍ତା ଦେଖାଇଛି ବିଜେପି। ଦଳ ବିରୋଧୀ କାର୍ଯ୍ୟ ପାଇଁ ବର୍ତ୍ତମାନ ସୁଦ୍ଧା ୧୯ ଜଣ ବିଦ୍ରୋହୀ ନେତାଙ୍କୁ ନିଲମ୍ବିତ କରିଛନ୍ତି ଗୁଜରାଟ ବିଜେପି ଅଧ୍ୟକ୍ଷ ସିଆ.ର. ପାଟିଲ୍।ନିର୍ବାଚନରେ ଦଳୀୟ ଟିକେଟ୍ କଟିବା ପରେ ବିରୋଧ କରିଥିଲେ ଏହି ବିଦ୍ରୋହୀ ନେତା। ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଯାହାକୁ ନେଇ ବିଦ୍ରୋହୀ ନେତାଙ୍କୁ ପାର୍ଟି ଅଧ୍ୟକ୍ଷ ସସ୍‌ପେଣ୍ଡ କରିଛନ୍ତି।

Leave A Reply

Your email address will not be published.