ଆରମ୍ଭ ହେଲା ଶୀତକାଳୀନ ଅଧିବେଶନ: ଶୋକପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର(ଆମ ଟିଭି): ଆରମ୍ଭ ହେଲା ବିଧାନସଭାର ଶୀତକାଳୀନ ଅଧିବେଶନ । ପ୍ରଥମେ, ବିଧାନସଭା ପରିସରରେ ବାଚସ୍ପତିଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିବା ବେଳେ ଗୃହକାର୍ୟ୍ୟ ଆରମ୍ଭରେ ଦିବଙ୍ଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୋକ ପ୍ରସ୍ତାବ ଆଗତ କରିବା ପରେ ଏହି ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା ।

ପୂର୍ବତନ ମନ୍ତ୍ରୀ ବିଜୟ ରଞ୍ଜନ ସିଂ ବରିହା, ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ, ପୂର୍ବ ମନ୍ତ୍ରୀ ଗୋଲକ ବିହାରୀ ନାୟକ, ସ୍ୱର୍ଗତ କପିଳ ତିୱାରୀ, ଗୋପନାରାୟଣ ଦାସ ଏବଂ ପୂର୍ବତନ ସଦସ୍ୟ ସ୍ୱର୍ଗତଃ ଆଦିକନ୍ଦ ସେଠୀଙ୍କ ଉଦ୍ଦେଶ୍ୟରେ ଏହି ଶୋକ ପ୍ରସ୍ତାବ ଆଗତ ହୋଇଥିଲା । ଯାହାକୁ ବିରୋଧୀ ଦଳ ସମର୍ଥନ ଜଣାଇଥିଲେ । ଗୃହରେ ଦିବଙ୍ଗତଙ୍କ ଉଦ୍ଦେଶ୍ୟରେ ୧ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ଗୃହକୁ ମୁଲତବୀ ରଖାଯାଇଛି । ସନ୍ଧ୍ୟା ୫ଟା ପର୍ୟ୍ୟନ୍ତ ଗୃହ ମୁଲତବୀ ରହିଛି ।

Leave A Reply

Your email address will not be published.