ଋଷ ୟୁକ୍ରେନ ଯୁଦ୍ଧକୁ ନେଇ ନୋଟୋର ବଡ ଘୋଷଣା
ନୂଆଦିଲ୍ଲୀ : ନୋଟୋର ମୁଖ୍ୟ ଓ ମହାସଚିବ ଜେନ୍ସ ଷ୍ଟୋଲଟେନବର୍ଗ ରୁଷ-ୟୁକ୍ରେନ୍ ଯୁଦ୍ଧ ନେଇ ଶୁକ୍ରବାର କହିଛନ୍ତି ଯେ, ଆମେ ପଛକୁ ହଟିବୁନି। ସେ କହିଛନ୍ତି, ଏହି ଯୁଦ୍ଧର ଶାନ୍ତିପୂର୍ଣ୍ଣ ବୁଝାମଣାର ସମ୍ବାବନା ବଢିବାର ସବୁଠାରୁ ଭଲ ପ୍ରଣାଳୀ ଏହା ଯେ, ଆମେ ୟୁକ୍ରେନ୍ର ସହାୟତା କରିବୁ। ଜେନ୍ସ ଷ୍ଟୋଲଟେନବର୍ଗ କହିଛନ୍ତି, ନାଟୋ ୟୁକ୍ରେନର ସବୁ ପ୍ରକାର ସାହାଯ୍ୟ କରିବ।
ନାଟୋ ମହାସଚିବ କହିଛନ୍ତି, ରୁଷ ଲଗାତାର ୟୁକ୍ରେନ୍ର ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣ କରୁଛି। ଏହି ସମୟରେ ଥଣ୍ଡା ପଡିବା ଯେତେ ପାଖକୁ ଆସିବ, ୟୁକ୍ରେନ୍ ପକ୍ଷରୁ ଅଧିକ ସମ୍ବଳର ଆବଶ୍ୟକତା ହେବ।’ ନାଟୋ ମହାସଚିବ ଷ୍ଟୋଲଟେନବର୍ଗ କହିଛନ୍ତି, ଆଗାମୀ ସପ୍ତାହରେ ବୁଖାରେଷ୍ଟରେ ହେବାକୁ ଥିବା ନାଟୋର ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଆମେ ସଦସ୍ୟ ରାଷ୍ଟ୍ର ପକ୍ଷରୁ ଓ ସାହାଯ୍ୟ କରିବାକୁ କହିବୁ। ଆମେରିକା ଓ ନାଟୋ ସଦସ୍ୟ ଏପର୍ଯ୍ୟନ୍ତ ୟୁକ୍ରେନ୍କୁ ଲମ୍ବା ଦୂରଗାମୀ ପୋଟ୍ରିୟଟ୍ ମିସାଇଲ ଡିଫେନ୍ସ ସିଷ୍ଟମ ପଠାଇବାକୁ ଏଡାଇ ଆସୁଛନ୍ତି। ଉଲ୍ଲେଖନୀ ଯେ, ପୋଟ୍ରିୟଟ୍ ମିସାଇଲ ସରଫେସ୍ ଟୁ ଏୟାର ମିସାଇଲ ଡିଫେନ୍ସ ସିଷ୍ଟମ। ଏହା ସହିତ ତା’ର ଉପଯୋଗ ମିଶାଇଲ ଲଞ୍ଚର ଭଳି ମଧ୍ୟ କରାଯାଇ ପାରିବ।
ନାଟୋ ମହାସଚିବ ଜେନ୍ସ ଷ୍ଟୋଲଟେନବର୍ଗ କହିଛନ୍ତି, ରୁଷ ସହ ଯୁଦ୍ଧ ଶାନ୍ତିପୂର୍ଣ୍ଣ ସମାଧାନର ସବୁଠାରୁ ଭଲ ପ୍ରଣାଳୀ ହେଉଛି ୟୁକ୍ରେନ୍ର ସମର୍ଥନ କରିବା। ସେ କହିଛନ୍ତି, ଆମେ ପଛକୁ ହଟିବୁ ନାହିଁ। ନାଟୋ ୟୁକ୍ରେନ୍ ସହିତ ସେ ପର୍ଯ୍ୟନ୍ତ ଠିଆ ହୋଇ ରହିବ, ଯେ ପର୍ଯ୍ୟନ୍ତ ତାକୁ ସାହାଯ୍ୟ ଦରକାର ହେବ।