ଇସ୍ତଫା ଦେବେନି ମହାରାଷ୍ଟ୍ର ରାଜ୍ୟପାଳ
ମୁମ୍ୱାଇ – କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ଚାଲୁଥିବା ସୀମା ବିବାଦ ମଧ୍ୟରେ ଏହା ବି ରିପୋର୍ଟ ଆସୁଥିଲା କି ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀ ନିଜର ଇସ୍ତଫା ପାଇଁ ସୁପାରିଶ କରିଛନ୍ତି। ହେଲେ ରାଜଭବନ ପକ୍ଷରୁ ଏମିତି ରିପୋର୍ଟଙ୍କୁ ଖାରଜ କରାଯାଇଛି। ରାଜଭବନର ମୁଖପାତ୍ର କହିଛନ୍ତି , ଏପରି ରିପୋର୍ଟ ମୂଲ୍ୟହୀନ। ଏହି ଆଲୋଚନା ସେତେବେଳେ ଚାଲିଥିଲା ଯେବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଧ୍ୟ କୋଶ୍ୟାରୀଙ୍କ ଶିବାଜୀଙ୍କ ଉପରେ ଦେଇଥିବା ବୟାନକୁ ନେଇ ଘେରି ଥିଲେ ।
ଭଗତ ସିଂହ କୋଶ୍ୟାରୀ ଏକ ଜନସଭାକୁ ସମ୍ୱୋଧିତ କରି ଶିବାଜୀ ମହାରାଜଙ୍କୁ ପୁରୁଣା ଯୁଗର ଆଦର୍ଶ ଭାବେ ଦର୍ଶାଇଥିଲେ। ସେ କହିଥିଲେ ଆଜିର ଆଦର୍ଶ ବାବାସାହେବ ବିଆର୍ ଆମ୍ୱେଦକର ଓ ନିତିନ ଗଡ଼କରୀଙ୍କ ଭଳି ଲୋକ। ଉଦ୍ଧବ ଠାକରେ ରାଜ୍ୟପାଳଙ୍କ ବୟାନରେ କହିଥିଲେ , ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀ ଲଗାତାର ଆମ ଦେଶର ମହାପୁରୁଷଙ୍କ ଅପମାନ କରୁଛନ୍ତି। ମୁଁ ସବୁ ରାଜନୈତିକ ଦଳ ଓ ଲୋକଙ୍କୁ ଅପିଲ କରୁଛି କି ସେ ସରକାର ଉପରେ ଚାପ ପକାନ୍ତୁ।
ସେପଟେ ରାଜ୍ୟପାଳଙ୍କ ବୟାନ ପରେ ଖୁବ୍ ବିରୋଧ ପ୍ରଦର୍ଶନ ବି ହେଲା। ମୁମ୍ୱାଇ , ନାଗପୁର , ପୁଣେ ଓ ଔରଙ୍ଗାବାଦରେ ମଧ୍ୟ ମହାବିକାଶ ଅଘାଡୀ ପ୍ରଦର୍ଶନ କଲେ ଏବଂ ରାଜ୍ୟପାଳଙ୍କୁ ପଦରୁ ହଟେଇବାର ଦାବି ବି କଲେ। ମହାରାଷ୍ଟ୍ର ନବନିର୍ମାଣ ସେନାର ମୁଖ୍ୟ ରାଜ୍ ଠାକରେ ମଧ୍ୟ କହିଥିଲେ କି, ବିଜେପି ଓ କଂଗ୍ରେସ ଲଗାତାର ମହାପୁରୁଷଙ୍କୁ ଅନାଦାର କରୁଛନ୍ତି। ଏମିତି ଲୋକଙ୍କୁ ପଦରୁ ହଟେଇ ଦେବା ଜରୁରି ।