ବିଜେପି ବିଧାୟିକାଙ୍କ ନାଁରେ ରୁଜୁ ହେଲା ମାମଲା

0

ପଦ୍ମପୁର (ଆମ ଟିଭି): ପଦ୍ମପୁର ଉପନିର୍ବାଚନକୁ ନେଇ ସରଗରମ ବରଗଡ଼ ରାଜନୀତି । ପଦ୍ମପୁରରେ ଏବେ ଜୋର ଧରିଛି ରେଡ୍ ରାଜନୀତି । ଏହାରି ଭିତରେ ସୁନ୍ଦରଗଡ଼ ବିଧାୟକ କୁସୁମ ଟେଟେଙ୍କ ନାଁରେ ରୁଜୁ ହୋଇଛି ମାମଲା। ଜିଏସଟି ଅଧିକାରୀଙ୍କ ଏତଲା ଆଧାରରେ ପାଇକମାଳ ଥାନାରେ ମାମଲା ହୋଇଛି। ଜିଏସଟି ରେଡ୍ ବେଳେ ବିଧାୟକ ବାଧା ସୃଷ୍ଟି କରିଥିବା ଅଭିଯୋଗ ହୋଇଥିଲା। ଏ ନେଇ ସୂଚନା ଦେଇଛନ୍ତି ବରଗଡ଼ ଏସ୍ପି ସ୍ମିଥ୍ ପରମାର। ସୋମବାର ସନ୍ଧ୍ୟାରେ ଜିଏସ୍ଟି ବିଭାଗ ପାଇକମାଳରେ ବିଭିନ୍ନ ପ୍ରତିଷ୍ଠାନରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ଶ୍ରୀମତୀ ଟେଟେ ଦୋକାନରେ ପଶି ବ୍ୟାଘାତ ସୃଷ୍ଟି କରିଥିବା ଅଭିଯୋଗ ହୋଇଛି। ମାତ୍ର ଏନେଇ ବିଧାୟକ ଶ୍ରୀମତୀ ଟେଟେଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ପଦ୍ମପୁର ଉପନିର୍ବାଚନ ଯେତେ ପାଖଉଛି, ନିର୍ବାଚନ ପାଣିପାଗ ସେତେ ଉଷ୍ମ ହେଉଛି। ତିନି ରାଜନୈତିକ ଦଳ ନିଜ ସପକ୍ଷରେ ମତଦାନ ନେବା ପାଇଁ ପ୍ରଚାରକୁ ଜୋରଦାର କରିଛନ୍ତି। ବିଜେଡି ପ୍ରାର୍ଥୀଙ୍କ ପାଇଁ ବିଧାୟକ ଓ ମନ୍ତ୍ରୀମାନେ ପ୍ରଚାର ମଙ୍ଗଳ ଧରିଛନ୍ତି। ଅନ୍ୟପକ୍ଷରେ ବିଜେପି ପାଇଁ ତିନି କେନ୍ଦ୍ରମନ୍ତ୍ରୀ ଓ ବିଧାୟକମାନେ ପ୍ରଚାର କରୁଛନ୍ତି। କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ମଧ୍ୟ ଦଳୀୟ ବିଧାୟକ ଓ ନେତାମାନେ ଜୋରଦାର ପ୍ରଚାର କରୁଥିବା ଦେଖିବାକୁ ମିଳୁଛି।

Leave A Reply

Your email address will not be published.