ଅର୍ଚ୍ଚନାଙ୍କ ଜାମିନ୍ ଆବେଦନ ଖାରଜ୍

0

ଭୁବନେଶ୍ୱର (ଆମ ଟିଭି): ସବୁଠି ଅର୍ଚ୍ଚନା ନାଗ ପ୍ରସଙ୍ଗକୁ ନେଇ ଚର୍ଚ୍ଚା । ବର୍ତ୍ତମାନ ଅର୍ଚ୍ଚନା ନାଗ ଜେଲରେ ଥିବା ବେଳେ ଅର୍ଚ୍ଚନାଙ୍କ ଜାମିନ ଆବଦେନ ଖାଦଜ । ଭୁବନେଶ୍ୱର ଜେଏମଏଫସି-୩ରେ ଜାମିନ୍ ଆବେଦନ ଖାରଜ ହୋଇଛି । ନୟାପଲ୍ଲୀ ଥାନାରେ ହୋଇଥିବା ମାମଲାରେ ଜାମିନ ଆବେଦନକୁ ଖାରଜ କରାଯାଇଛି । ଅକ୍ଷୟ ପରିଜାଙ୍କ ଏତଲା ଆଧାରରେ ମାମଲା ହୋଇଥିଲା । ଗତ ୨୮ତାରିଖରେ ଏହାର ଶୁଣାଣି ହୋଇଥିଲା ।

ମିଳିଥିବା ସୂଚନା ଅନୁସାରେ, ଇଡି, ଅର୍ଚ୍ଚନାଙ୍କୁ ୭ ଦିନିଆ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରିବ । ଏପର୍ୟ୍ୟନ୍ତ ଇଡି ୫ ଜଣଙ୍କୁ ଜେରା କରିଛି । ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା, ଶ୍ରଦ୍ଧାଞ୍ଜଳି ବେହେରା, ଅମୀୟ ଦାସ, ଚନ୍ଦନ ଓ ପ୍ରମୋଦ ସ୍ୱାଇଁଙ୍କୁ ଜେରା କରିସାରିଛି ଇଡି । ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ଛାଡ଼ିଦେଲେ ବାକି ୮ ଜଣ କିଏ, ତାକୁ ନେଇ ଅନେକ ପ୍ରଶ୍ନ ଉଠୁଛି ।

Leave A Reply

Your email address will not be published.