ଭାରତ-ଆମେରିକା ମିଳିତ ଯୁଦ୍ଧାଭ୍ୟାସ ଦେଖି ଚୀନ ଛାନିଆ

0

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଏଲଏସିରେ ଭାରତ-ଆମେରିକା ମିଳିତ ଯୁଦ୍ଧାଭ୍ୟାସକୁ ନେଇ ଆପତ୍ତି ଉଠାଇଛି ଚାଇନା। ଏପରି ମିଳିତ ସମରାଭ୍ୟାସ ସୀମାରେ ଶାନ୍ତି ସ୍ଥାପନ ପାଇଁ କରାଯାଇଥିବା ଦ୍ୱିପାକ୍ଷିକ ଚୁକ୍ତିର ଉଲ୍ଲଙ୍ଘନ ବୋଲି ବେଜିଂ ଦାବି କରିଛି। ଭାରତ-ଆମେରିକା ମିଳିତ ଯୁଦ୍ଧାଭ୍ୟାସର ୧୮ତମ ସଂସ୍କରଣ ଉତ୍ତରାଖଣ୍ଡରେ ଚାଲିଛି। ଏଲଏସି ବା ଭାରତ-ଚାଇନା ସୀମାନ୍ତ ଠାରୁ ଯୁଦ୍ଧାଭ୍ୟାସ ସ୍ଥାନଟି ୧୦୦ କିମି ଦୂର। ତଥାପି ଏହାକୁ ନେଇ ଚାଇନା ଚିନ୍ତା ପ୍ରକଟ କରିଛି।

ନିଜ ନିଜ ସେନାର ଦକ୍ଷତା ବୃଦ୍ଧି କରିବା ଲକ୍ଷ୍ୟ ନେଇ ୨୦୦୪ରୁ ପ୍ରତିବର୍ଷ ଭାରତ ଓ ଆମେରିକା ମଳିତ ଭାବେ ସମରାଭ୍ୟାସ କରୁଛନ୍ତି। ସବୁ ବର୍ଷ ଭଳି ଏବର୍ଷ ମଧ୍ୟ ଦୁଇ ଦେଶ ନିଜ ନିଜର ରଣକୌଶଳ ପ୍ରସ୍ତୁତ କରୁଛନ୍ତି। ଗୋଟିଏ ପଟେ ଭାରତ-ଆମେରିକା ଯୁଦ୍ଧାଭ୍ୟାସ କରୁଥିବା ବେଳେ ଅନ୍ୟପଟେ ଚାଇନାର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ “ଏଲଏସି ନିକଟରେ ଭାରତ-ଆମେରିକାର ମିଳିତ ସାମରିକ ଯୁଦ୍ଧାଭ୍ୟାସ ନୂଆଦିଲ୍ଲୀ ଓ ବେଜିଂ ମଧ୍ୟରେ ୧୯୯୩ ଓ ୧୯୯୬ରେ ସୀମାରେ ଶାନ୍ତି ପ୍ରତିଷ୍ଠା ପାଇଁ ହୋଇଥିବା ଚୁକ୍ତିର ମୂଳଭାବନାକୁ ଉଲ୍ଲଙ୍ଘନ କରୁଛି। ଏଥିସହ ଦ୍ୱିପାକ୍ଷିକ ବିଶ୍ୱାସକୁ ସୁଦୃଢ଼ କରିବାରେ ଏହା କଣ୍ଟା ସାଜିଛି। ଏହି ମିଲାଟାରୀ ଅଭ୍ୟାସକୁ ନେଇ ଚାଇନା ପକ୍ଷରୁ ଭାରତ ଆଗରେ ନିଜର ଚିନ୍ତା ପ୍ରକଟ କରାଯାଉଛି।”

Leave A Reply

Your email address will not be published.