ଓଡ଼ିଶାରେ ଏକ କୋଟି ଲକ୍ଷ ଟଙ୍କା ନିବେଶ କରିବ ଜିନ୍ଦଲ

0

ଭୁବନେଶ୍ୱର (ଆମ ଟିଭି): ଓଡ଼ିଶାରେ ଅଧିକ ହେବ ପୁଞ୍ଜି ନିବେଶ । ଏଭଳି ଶଙ୍କେତ ମେକ୍ ଇନ ଓଡ଼ିଶାର କାର୍ଯ୍ୟକ୍ରମରୁ ମିଳିଛି । ଓଡିଶାରେ ଏକ କୋଟି ଲକ୍ଷ ଟଙ୍କା ନିବେଶ କରିବ ଜିନ୍ଦଲ। ରାଜଧାନୀରେ ଚାଲିଥିବା ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ରେ ଏହା ଘୋଷଣା କରିଛନ୍ତି ଜିନ୍ଦଲ କମ୍ପାନିର ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ। ଷ୍ଟିଲ୍ ଏବଂ ସୋଲାର କ୍ଷେତ୍ରରେ ପୁଞ୍ଜି ନିବେଶ କରିବ ଜେଏସଡବ୍ଲ୍ୟୁ। ଏହା ପୂର୍ବରୁ ୨୦୧୮ରେ ୬୦ ହଜାର କୋଟିର ପୁଞ୍ଜି ନିବେଶ ଘୋଷଣା କରିଥିଲା କମ୍ପାନି। ସେଥିରୁ ୩୦ ହଜାର କୋଟିର ନିବେଶ ହୋଇ ସାରିଥିବା କହିଛନ୍ତି ସଜ୍ଜନ। ଏହି ଅବସରରେ ଜିନ୍ଦଲ ଷ୍ଟିଲ ନେସ ପାର୍କକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି।

ସଜ୍ଜନ ଜିନ୍ଦଲ କହିଛନ୍ତି ଓଡିଶାର ମାନବ ସମ୍ବଳ ବିକାଶ, ସ୍କୁଲରେ ଡିଜିଟାଲ ବ୍ୟବସ୍ଥା, ସ୍ଵାସ୍ଥ୍ୟବସ୍ଥା, ମନ୍ଦିରକୁ ନବୀକରଣ ତାଙ୍କୁ ବହୁତ ଆକର୍ଷିତ କରୁଛି। ଓଡିଶା ସରକାର କ୍ରୀଡା କ୍ଷେତ୍ରରେ ଯେମିତି ପଦକ୍ଷେପ ନେଇଛନ୍ତି ସେମିତି କୌଣସି ରାଜ୍ୟ ନେଇନାହାନ୍ତି। ଓଡ଼ିଶାରେ ଏକ ଲକ୍ଷ କୋଟି ଟଙ୍କା ନିବେଶ କରିବ ବୋଲି ସେ ଘୋଷଣା କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, କୋଭିଡ ସମୟରେ ଅମ୍ଳଜାନ ଯୋଗେଇବାରେ ଅଗ୍ରଣୀ ଭୂମିକା ନେଇଥିଲା ଓଡିଶା। ଓଡିଶା ହେଉଛି ଭାରତର ଆଧୁନିକ ମନ୍ଦିର। ଆମର ବିଶ୍ୱର ସବୁଠୁ ବଡ଼ ପ୍ଲାଣ୍ଟ ଓଡିଶାରେ ତିଆରି କରୁଛୁ। ଏନେଇ ସମସ୍ତଙ୍କର ଆଶୀର୍ବାଦ ଦରକାର।

Leave A Reply

Your email address will not be published.