ଭାରତ ଯୋଡ଼ୋ ଯାତ୍ରାକୁ ସମର୍ଥନ କରୁନାହିଁ ଗଣମାଧ୍ୟମ: ଅଶୋକ ଗେହଲଟ୍

0

ଜୟପୁର(ଆମ ଟିଭି): କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇଥିବା କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ଏବେ ରାଜସ୍ଥାନରେ ପ୍ରବେଶ କରିଛି। ଏହିପରିପ୍ରେକ୍ଷୀରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଗଣମାଧ୍ୟମ ବିରୋଧରେ ଏକ ସଙ୍ଗିନ୍ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ରାହୁଲଙ୍କ ଭାରତ ଯୋଡ଼ୋ ଯାତ୍ରାକୁ ଗଣମାଧ୍ୟମ ସମ୍ପୂର୍ଣ୍ଣ ବର୍ଜନ କରିଛି। ଗଣମାଧ୍ୟମ ସଂସ୍ଥାର ସମ୍ପାଦକମାନେ ଏହି ଯାତ୍ରାକୁ ବର୍ଜନ କରିଛନ୍ତି। ଲକ୍ଷ ଲକ୍ଷ ଲୋକେ ଏହି ଯାତ୍ରାରେ ସାମିଲ ହେଉଛନ୍ତି। ଏତେ ବଡ଼ ଅଭିଯାନ ଆପଣ କେବେ ଦେଖି ନଥିବେ ବୋଲି ଗେହଲଟ କହିଛନ୍ତି। ଏହି ଅଭିଯାନକୁ ଦେଖାଇବା ହେଉଛି ଗଣମାଧ୍ୟମର କର୍ତ୍ତବ୍ୟ। ରାହୁଲ ଗାନ୍ଧିଙ୍କ ଯାତ୍ରା ସକରାତ୍ମକ ଓ ତାଙ୍କ ଚିନ୍ତାଧାରା ମଧ୍ୟ ସକରାତ୍ମକ ବୋଲି ସେ କହିଛନ୍ତି।

ଏହି କାର୍ୟ୍ୟକ୍ରମରେ କେଣେ ହିଂସା ସୃଷ୍ଟି ହୋଇ ନାହିଁ । ଯଦି ଆପଣ ଏହି ଯାତ୍ରାକୁ ଗଣମାଧ୍ୟମରେ ପ୍ରଦର୍ଶନ କରୁନାହାନ୍ତି ତେବେ ଆପଣଙ୍କର ଦେଶ ପ୍ରତି ଥିବା କର୍ତ୍ତବ୍ୟ କରିବାରେ ବିଫଳ ହୋଇଛନ୍ତି ବୋଲି ସେ କହିଛନ୍ତି । ସେହିପରି ଗଣମାଧ୍ୟମ ଉପରେ ବିଗିଡ଼ି ସେ ଧ୍ୟାନ ଦେଇ ଶୁଣିବାକୁ କହିଛନ୍ତି। ସେ କହିଛନ୍ତି ଯେ, ଇତିହାସ ଆପଣଙ୍କୁ କେବେ କ୍ଷମା ଦେବ ନାହିଁ। ଆପଣ ଏହାକୁ ଏଜ ଜୋକ୍ ଭାବିଛନ୍ତି କହି ଗଣମାଧ୍ୟମ ବିରୋଧରେ ନିଜର କ୍ଷୋଭ ପ୍ରକାଶ କରିଥିଲେ ଗେହଲଟ।

Leave A Reply

Your email address will not be published.