ଦିଲ୍ଲୀବାସୀଙ୍କୁ ଧନ୍ୟବାଦ୍ ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ଚଳିତ ଏମସିଡି ନିର୍ବାଚନକୁ ନେଇ ଆମ୍ ଆଦମୀ ପାର୍ଟି ଆକ୍ସନ ମୋଡରେ ନଜର ଆସିଛି। ନିର୍ବାଚନ ପରେ ଏବେ ଫଳାଫଳକୁ ଅପେକ୍ଷା ରହିଛି। କିନ୍ତୁ ବିଭିନ୍ନ ଏକଜିଟ୍ ପୋଲର ଫଳାଫଳ ଆସି ସରିଛି। ଏଭଳି ସ୍ଥିତିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସାମ୍ନାକୁ ଆସିଥିବା ରାଜଧନୀର ଏକଜିଟ୍ ପୋଲ୍କୁ ନେଇ ଦିଲ୍ଲୀବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଜନତା ପୁଣିଥରେ ଆମ୍ ଆଦମୀ ପାର୍ଟି ଉପରେ ବିଶ୍ୱାସ କରିଥିବାରୁ ମୁଁ ସେମାନଙ୍କୁ ଶୁଭେଚ୍ଛା ଜଣାଉଛି ବୋଲି କେଜ୍ରିୱାଲ କହିଛନ୍ତି। ଏଥିସହ ଗୁଜରାଟ ବିଧାନସଭା ନିର୍ବାଚନ ଫଳାଫଳ ମଧ୍ୟ ପଜିଟିଭ ଆସିବ ବୋଲି ସେ ଦୃଢ଼ୋକ୍ତି ବାଢ଼ିଛନ୍ତି।
କେଜ୍ରିୱାଲ କହିଛନ୍ତି, ‘ଏଭଳି ହିଁ ସମାନ ଫଳାଫଳ ଗୁଜରାଟରେ ଆସିବ ବୋଲି ଆଶା। କେବଳ ୮ ତାରିଖକୁ ଅପେକ୍ଷା। ଫଳାଫଳ ପଜିଟିଭ ଆସିବ, ନୂଆ ଦଳ ଏଣ୍ଟ୍ରି କରିଛି। ଲୋକେ ଏହାକୁ ବିଜେପିର ଗଡ ବୋଲି କୁହଥିଲେ। ଯଦି ଏଭଳି ସ୍ଥିତିରେ କୌଣସି ଦଳ ପ୍ରଥମ ଥର ପାଇଁ ୧୫ରୁ ୨୦ ପ୍ରତିଶତ ଭୋଟ୍ ଅଧିକ ନେଇଯାଏ ତେବେ ଏହା ବଡ କଥା।