ଚଳଚ୍ଚିତ୍ର ‘ ଲାଗେ ପ୍ରେମ ନଜର’ର ସଙ୍ଗୀତ ଲୋକାର୍ପଣ 

0

ବହୁ ପ୍ରତୀକ୍ଷିତ ବ୍ୟୟବହୁଳ ଚଳଚ୍ଚିତ୍ର ‘ ଲାଗେ ପ୍ରେମ ନଜର’ର ମ୍ୟୁଜିକ୍ ରିଲିଜ୍ ହେଇଯାଇଛି । ଭୁବନେଶ୍ବରର ଏକ ତାରକା ହୋଟେଲ୍‌ ମଧ୍ୟରେ ଉକ୍ତ ସିନେମାର କଳକାର – କାରିଗରଙ୍କ ସହ ଓଲିଉଡ୍‌ର କେତେଜଣ ଜଣାଶୁଣା କଳାକାରଙ୍କୁ ମଧ୍ୟ ଏହି ସଙ୍ଗୀତ ଲୋକାର୍ପଣ ଉତ୍ସବରେ ଦେଖିବାକୁ ମିଳିଥିଲା । ଉତ୍ସବରେ ଅତିଥି ଭାବେ ରାଜ୍ୟ ଚଳଚ୍ଚିତ୍ର ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ ଓ ସଂସ୍କୃତି ସଚିବ ରଂଜନ କୁମାର ଦାସ ଯୋଗ ଦେଇଥିଲେ । ଅତିଥିମାନଙ୍କ ସହ ଉକ୍ତ ଚଳଚ୍ଚିତ୍ରର ପ୍ରଯୋଜକ ବ୍ୟୋମକେଶ ଓ ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ । ଅଡ଼ିଓ ରିଲିଜ୍ ବେଳେ ଗୀତିକାର ରଂଜନ ଦାସ ଏବଂ ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ ଉପସ୍ଥିତ ଥିଲେ । ଏମାନଙ୍କ ସହ ଏସବୁ ଗୀତରେ କଣ୍ଠଦାନ କରିଥିବା କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର , କୁଲଦୀପ , ଗୌରବ , ଅସୀମା ପଣ୍ଡା , ଅର୍ପିତା ଚୌଧୁରୀ , ଦୀପ୍ତିରେଖା ପାଢ଼ୀ ଓ ଅନନ୍ୟା ଶ୍ରୀତମ୍ ନନ୍ଦ ପ୍ରମୁଖ କଣ୍ଠଦାନ କରିଛନ୍ତି। ଏଥିରେ କାହାଣୀ ରଚନା କରିଛନ୍ତି ଖଗେଶ୍ଵର ଶେଜପଡ଼ା ଏବଂ ଚିତ୍ରନାଟ୍ୟ ପ୍ରସ୍ତୁତି ସହ ସଂଳାପ ଲେଖିଛନ୍ତି ବିସ୍ମୟ ଦାସପଟ୍ଟନାୟକ । ଚଳଚ୍ଚିତ୍ରଟି ଆଉ କିଛି ଦିନ ମଧ୍ୟରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ବୋଲି ଏହାର କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ସୂଚନା ଦେଇଥିଲେ । ‘ ଲାଗେ ପ୍ରେମ ନଜର ’ ଚଳଚ୍ଚିତ୍ରରେ ଦର୍ଶକ ନାୟକ ଅମ୍ଳାନଙ୍କୁ ତିନିଜଣ ନାୟିକା ପ୍ରିୟା , ରିୟା ଓ ରାଗିଣୀଙ୍କ ଉପରେ ନଜର ପକେଇଥିବାର ଦେଖିବାକୁ ମିଳିବ । ଏମାନଙ୍କ ଏଇ ସିନେମାରେ ସମେତ ପପି ସନ୍ତୁକା , ବବି ମିଶ୍ର , ଅମର ପ୍ରମୁଖଙ୍କୁ ଦେଖିବାକୁ ପାଇବେ l

Leave A Reply

Your email address will not be published.