କ୍ଷମା ମାଗିଲେ ବିବେଗ ଅଗ୍ନିହୋତ୍ରୀ: କାହିଁକି ଜାଣନ୍ତୁ?

0

ନୂଆଦିଲ୍ଲୀ (ଆମ ଟିଭି): ପୁଣି ବିବାଦରେ ‘ଦ କାଶ୍ମୀର ଫାଇଲ୍ସ’ । ଏହାର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ୨୦୧୮ର ଏକ ବିବାଦୀୟ ଟ୍ୱିଟ୍ ପାଇଁ କୋର୍ଟଙ୍କ ନିକଟରେ କ୍ଷମା ପ୍ରାଥନା କରିଛନ୍ତି । ସେ ଦିଲ୍ଲୀ ହାଇକୋର୍ଟଙ୍କ ଠାରେ ନିସର୍ତ୍ତ କ୍ଷମା ପ୍ରାଥନା କରିଛନ୍ତି । ୨୦୧୮ ଭୀମା କୋରେଗାଓଁ ମାମଲାର ବିଚାର କରୁଥିବା ଜଷ୍ଟିସ ଏସ୍ ମୂରଲୀଧରଙ୍କ ଉପରେ ବିବେକ ଅଗ୍ନିହୋତ୍ରୀ ଅଭିଯୋଗ ଆଣିଥିଲେ କି ଭୀମା କୋରେଗାଓଁ ମାମଲାରେ କାର୍ୟ୍ୟକର୍ତ୍ତା ଗୌତମ ନବଲକ୍ଷାକୁ ଆସ୍ୱସ୍ଥି ଦେବାରେ ଜଷ୍ଟିସ ପକ୍ଷପାତିତା କରୁଛନ୍ତି । ଏହି ମାମଲାରେ କୋର୍ଟ ଗୌତମ ନବଲଖାଙ୍କ ହାଉସ ଆରେଷ୍ଟ ଓ ଟ୍ରାନଜିଟ ରିମାଣ୍ଡକୁ ରଦ୍ଦ କରିଦେଇଥିଲେ । ଏହାପରେ ବିବେକ ଅଗ୍ନିହୋତ୍ରୀ ଜଷ୍ଟିସ ଏସ ମୂରଲୀଧରଙ୍କ ଉପରେ ଏକ ବିବାଦୀୟ ଟ୍ୱଟ୍ କରିଥିଲେ ।

ଏହି ଟ୍ୱିଟକୁ ନେଇ ଜଷ୍ଟିସ ଏସ୍ ମୂରଲୀଧରଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟକୁ ନଜରରେ କୋର୍ଟ ବିବେକ ଅଗ୍ନିହୋତ୍ରୀ, ଲେଖକ ଆନନ୍ଦ ରଙ୍ଗନାଥନ ଓ ନ୍ୟୁଜ ପୋର୍ଟାଲ ସ୍ୱରାଜଙ୍କ ବିରୋଧରେ ଅବମାନନା ମାମଲା ରୁଜୁ କରିଥିଲା । ଏହି ମାମଲାରେ ଆଜି ବିବେକ ଅଗ୍ନିହୋତ୍ରୀ ନିଜ ଓକିଲଙ୍କ ସହାୟତାରେ ଏକ କ୍ଷମା ଯାଚିକା କୋର୍ଟରେ ଉପସ୍ଥାପନ କରିଥିଲେ । ଏଥିରେ କୁହାଯାଇଛି କି ଏହି ବିବାଦୀୟ ଟ୍ୱିଟକୁ ହଟେଇ ଦିଆଯାଇଛି ।

Leave A Reply

Your email address will not be published.