ଏବେ ପରଦାରେ ଦେଖିବାକୁ ମିଳିବ ଶାହାରୁଖଙ୍କ ପୁଅ

0

ମୁମ୍ବାଇ: ବଲିଉଡର ବାଦ୍‌ଶାହା ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ ଖାନ୍‌ଙ୍କୁ ନେଇ ପୁଣି ଥରେ ଆରମ୍ଭ ହୋଇଛି ଚର୍ଚ୍ଚା। ଶାନ୍ତ ସ୍ୱଭାବ ପାଇଁ ଜଣାଶୁଣା ଆର୍ଯ୍ୟନ୍ ଏବେ ଆକ୍ସନ ଦେଖାଇବେ। ଖୁବଶୀଘ୍ର ସେ ବଡ ପରଦାରେ ଡେବ୍ୟୁ କରିବାକୁ ଯାଉଛନ୍ତି। ତେବେ ଆକ୍ଟିଂ ନୁହେଁ ନିର୍ଦ୍ଦେଶକ ଜରିଆରେ ସେ ସିଲଭର ସ୍କ୍ରିନ୍‌କୁ ଓହ୍ଲାଇବକୁ ଘୋଷଣା କରିଛନ୍ତି। ଏନେଇ ସେ ସୋଶାଲ ମିଡିଆରେ ଏକ ପୋଷ୍ଟ ଶେଆର କରି ସୂଚନା ଦେଇଛନ୍ତି।ଆର୍ଯ୍ୟନ୍ ତାଙ୍କ ଇନଷ୍ଟାରେ ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ଏକ ଫିଲ୍ମର ସ୍କ୍ରିପ୍ଟ ଦୃଶ୍ୟମାନ ହେଉଛି ଏବଂ ସେହି ସ୍କ୍ରିପ୍ଟରେ ଆର୍ଯ୍ୟନଙ୍କ ନାମ ଲେଖାଯାଇଛି। ଏହା ସହିତ ଫଟୋରେ ରେଡ୍ ଚିଲିସ୍ ଏଣ୍ଟରଟେନମେଣ୍ଟ୍‌ର ପ୍ରଡକ୍ସନ ବ୍ୟାନରର ନାଁ ଥିବା ଦେଖିବାକୁ ମିଳିଛି।

ଏହି ଫଟୋକୁ ଶେଆର କରି ଆର୍ଯ୍ୟନ୍ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ‘ ରାଇଟିଙ୍ଗ ସମ୍ପୂର୍ଣ୍ଣ ହୋଇଛି। ଆକ୍ସନ କହିବା ବାକି ଅଛି। ତାଙ୍କ ପୋଷ୍ଟରୁ ଏହା ସ୍ପଷ୍ଟ ହୋଇଛି ଯେ ସେ ଏକ ଆକ୍ସନ୍ ଫିଲ୍ମ ସହିତ ବଲିଉଡରେ ଡେବ୍ୟୁ କରିବେ। ଏଥିସହ ତାଙ୍କ ବାପା ଶାହରୁଖ ଖାନ ମଧ୍ୟ ଆର୍ଯ୍ୟନ ଖାନଙ୍କ ପୋଷ୍ଟରେ କମେଣ୍ଟ ଦେଇ ଖୁସି ଜାହିର କରିଛନ୍ତି । କହିଛନ୍ତି – ୱାଃ ଭାବୁଛି ବିଶ୍ଵାସ କରୁଛି …ସ୍ୱପ୍ନ ସାକାର ହୋଇଛି, ବର୍ତ୍ତମାନ ସାହସ କର ଟ୍ଟ ତୁମର ପ୍ରଥମ ଫିଲ୍ମ ପାଇଁ ଶୁଭେଚ୍ଛା ଜଣାଉଛି। ଏହା ସର୍ବଦା ସ୍ୱତନ୍ତ୍ର…।

Leave A Reply

Your email address will not be published.