ଆରମ୍ଭ ହେଲା ସଂସଦର ଶୀତ ଅଧିବେଶନରେ

0

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନ। ତାପୂର୍ବରୁ ଗତକାଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସର୍ବଦଳୀୟ ବୈଠକ ହୋଇଛି । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସବୁ ଦଳର ନେତାଙ୍କୁ ଏଥିପାଇଁ ଆମନ୍ତ୍ରଣ କରିଥିଲେ। ଉଭୟ ଗୃହର କାର୍ଯ୍ୟକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ସରକାର ସବୁ ଦଳର ସହଯୋଗ ଲୋଡିଛନ୍ତି । ଚଳିତ ଅଧିବେଶନରେ ୧୬ଟି ନୂଆ ବିଲ୍ ଆଣିବା ପାଇଁ ସ୍ଥିରୀକୃତ ହୋଇଛି । ଡିସେମ୍ବର ୨୯ ପର୍ଯ୍ୟନ୍ତ ଚାଲିବାକୁ ଥିବା ଶୀତ ଅଧିବେଶନରେ ୨୩ଟି କର୍ଯ୍ୟଦିବସ ରହିଛି । ସେପଟେ ଗୃହରେ ବିଭିନ୍ନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିପାରନ୍ତି ବିରୋଧୀ। ଯେଉଁଭଳି ଦରଦାମ ବୃଦ୍ଧି, ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି ହେଉଛି ତାହା ଅତ୍ୟନ୍ତ ଚିନ୍ତାଜନକ । ଏନେଇ ସାଧାରଣ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଏହି ପ୍ରସଙ୍ଗ ବଡ ମୁଦ୍ଦା କରି ଗୃହ ଗରମ କରିପାରନ୍ତି ବିରୋଧୀ।

ଗୁଜୁରାଟ ଏବଂ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନର ଫଳାଫଳ ମଧ୍ୟ ଏହି ଅଧିବେଶନ ସମୟରେ ପ୍ରକାଶ ପାଇବ। ଏହି ଦୁଇଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ବାହାରିବାର ଗୋଟିଏ ଦିନ ପୂର୍ବରୁ ଅଧିବେଶନ ଆରମ୍ଭ ହେବ। ବିରୋଧୀମାନେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବେ।

Leave A Reply

Your email address will not be published.