ପୁଣି ଚର୍ଚ୍ଚାରେ ରାମ ଚରଣ, ଜାଣନ୍ତୁ କାହିଁକି
ହାଇଦ୍ରାବାଦ: ପୁଣି ଚର୍ଚ୍ଚାରେ ସାଉଥ ସୁପରଷ୍ଟାର୍ ରାମ ଚରଣ। ପ୍ରକୃତରେ ୨୦୨୦ରେ ଚାଇନା ପିପୁଲ୍ସ ଲିବରେସନ ଆର୍ମି ସହ ଗଲୱାନ୍ ଘାଟିରେ ହୋଇଥିବା ସଂଘର୍ଷରେ ସହିଦ ହୋଇଥିବା ଭାରତୀୟ ଯବାନ କର୍ଣ୍ଣଲ ସନ୍ତୋଷ ବାବୁଙ୍କ ପିଲାଙ୍କ ସହ ରାମଚରଣ ସେଲ୍ଫି କ୍ଲିକ୍ କରିଛନ୍ତି। ଏହି ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ନିକଟରେ ରାମଚରଣଙ୍କୁ ଏକ ପୁରସ୍କାର ସମାରୋହରେ ନିମନ୍ତ୍ରିତ କରାଯାଇଥିଲା। ଏଠାରେ ତାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କ ମହାନ କାମ ଓ ଯୋଗଦାନ ପାଇଁ ସମ୍ମାନୀତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାମ ଚରଣ ଗଲୱାନ ସହିଦ ଯବାନ ସନ୍ତୋଷ ବାବୁଙ୍କ ପିଲାଙ୍କ ସହ ସେଲ୍ଫି ଉଠାଇଥିଲେ। ସେମାନଙ୍କ ସହ ସେ ଖୁବ ମଜାମସ୍ତି ମଧ୍ୟ କରିଥିଲେ। ଏହି ଭିଡିଓ ସାମ୍ନାକୁ ଆସିବା ପରେ ରାମ ଚରଣଙ୍କୁ ସୋଶାଲ ମିଡିଆ ୟୁଜର୍ସମାନେ ପ୍ରଶଂସା କରୁଛନ୍ତି।
ନିର୍ଦ୍ଦେଶକ ବୁଚି ବାବୁ ସାନାଙ୍କ ସହ ରାମ ଚରଣ ତାଙ୍କର ପରବର୍ତ୍ତୀ ପ୍ରୋଜେକ୍ଟ ନେଇ ଘୋଷଣା କରିଛନ୍ତି। ଏହି ଫିଲ୍ମଟି ଏକ ସ୍ପୋର୍ଟସ୍ ଡ୍ରାମା ଉପରେ ଆଧାରିତ ହେବ।