ନୂଆ ଓଡ଼ିଆ ଚଳଚ୍ଚିତ୍ର” ଲଭ୍ ଇମ୍ପସିବଲ୍ “ସୁଟିଂ ସେଟ୍ ରୁ
ମୁନ ଟିଭି ମୁଭିଜ୍ ର ନୂଆ ଓଡ଼ିଆ ଚଳଚ୍ଚିତ୍ର ଲଭ୍ ଇମ୍ପସିବଲ୍ ଭୁବନେଶ୍ୱର ର ବିଭିନ୍ନ ସ୍ଥାନରେ ଯୋରଦାର ସୁଟିଂ ଚାଲିଛି। ୧୦ଟି ଚଳଚ୍ଚିତ୍ର ଓଡ଼ିଆ ଦର୍ଶକମାନଙ୍କୁ ଭେଟି ଦେବାର ପ୍ରତିଶୃତି ଦେଇ ଆରମ୍ଭ କରିଥିଲେ ମୁନ୍ ଟିଭି ମୁଭିଜ୍ ର ପ୍ରଯୋଜକ ସଚ୍ଚିକାନ୍ତ ଜେନା ଓ ବିନି ପଟ୍ଟନାୟକ।
ଏବେ ତୃତୀୟ ଚଳଚ୍ଚିତ୍ର ର ସୁଟିଂ ସାରି ଚତୁର୍ଥ ଚଳଚ୍ଚିତ୍ର ଲଭ୍ ଇମ୍ପସିବଲ୍ ର ସୁଟିଂ ନବାଗତ ଅଭିନେତା ରୋହନ଼ ଓ ଅଭିନେତ୍ରୀ ପୁନମ଼ ଙ୍କ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ର ସୁଟିଂ ଚାଲିଛି। ଚଳଚ୍ଚିତ୍ର ର ସଂଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ବୈଦ୍ୟନାଥ ଦାଶ। ସଂଳାପ ରଚନା କରିଛନ୍ତି ଡଃ ରଜନୀରଞ୍ଜନ। କ୍ୟାମେରା ପରିଚାଳନା କରୁଛନ୍ତି ଅଜିତ୍। ଗୀତ ଗୁଡ଼ିକ ଅତି ଶୃତି ମଧୂର ହୋଇଥିଲା ବେଳେ ଗୀତ ଗୁଡ଼ିକ ସୁଟିଂ ଭୁବନେଶ୍ୱର , କୋରାପୁଟ, କୋଣାର୍କ, ଚିଲିକା ରେ ହେବ ବୋଲି ଚଳଚ୍ଚିତ୍ରର କ୍ରିଏଟିଭ ହେଡ୍ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି। ଚଳଚ୍ଚିତ୍ର ଟି ଭାଲେନ୍ ଟାଇନ଼ ଡେ ରେ ଶୁଭମୁକ୍ତି କରିବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ପ୍ରକାଶ।