ବାଚସ୍ପତିଙ୍କୁ ଭେଟିଲେ ବର୍ଷା ସିଂ ବରିହା

0

ଭୁବନେଶ୍ୱର (ଆମ ଟିଭି): ଭୁବନେଶ୍ୱରରେ ବାଚସ୍ପତିଙ୍କୁ ଭେଟିଲେ ପଦ୍ମପୁରର ନବ ନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହା । ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି ବର୍ଷା । ବାଚସ୍ପତି ବର୍ଷାଙ୍କୁ ବିଜୟ ପାଇଁ ଶୁଭେଛା ଜଣାଇଛନ୍ତି । ଆସନ୍ତା ସୋମବାର ୧୧ଟା ୩୦ରେ ବିଧାୟିକା ଭାବେ ଶପଥ ନେବେ ବର୍ଷା ।

ଗତକାଲି ବର୍ଷା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟି ଆର୍ଶୀବାଦ ନେଇଥିଲେ । ମୁଖ୍ୟମନ୍ତ୍ରୀ ବର୍ଷାଙ୍କୁ ପଦ୍ମପୁରବାସୀଙ୍କ ପାଇଁ କାମ କରିବାକୁ ପରାମର୍ଶ ଦେଇଥିଲେ । ନବୀନଙ୍କୁ ଭେଟିବା ପୂର୍ବରୁ ବର୍ଷା ଶ୍ୱଶୁର ଘରକୁ ଯାଇ ଶାଶୁ ଓ ଶ୍ୱଶୁରଙ୍କ ଆର୍ଶୀବାଦ ନେଇଥିଲେ । ବର୍ଷା ଗଣମାଧ୍ୟମକୁ କହିଥିଲେ ଏବେ ପଦ୍ମପୁର ତାଙ୍କର କର୍ମଭୂମି ଏବଂ ସେ ଅଂଚଳର ବିକାଶ ତାଙ୍କର ପ୍ରାଥମିକତା ।

Leave A Reply

Your email address will not be published.