ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭୂପେନ୍ଦ୍ର ପଟେଲ: ଉପସ୍ଥିତ ରହିବେ ମୋଦୀ-ଶାହା

0

ଭୁବନେଶ୍ୱର(ଆମ ଟିଭି): ଗୁଜୁରାଟରେ ବହୁମତ ହାସଲ ପରିବା ପରେ ପୁଣି ସପ୍ତମ ଥର ସରକାର ଗଢିବାକୁ ଯାଉଛି ବିଜେପି । ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ଭୂପେନ୍ଦ୍ର ପଟେଲ୍। ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ଦଳର ବହୁ ବରିଷ୍ଠ ନେତାମାନେ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି। ଏଥିପାଇଁ ରବିବାର ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅହମ୍ମଦାବାଦରେ ପହଞ୍ଚିଛନ୍ତି। ତାଙ୍କୁ ଏଠାରେ ଭବ୍ୟ ସ୍ୱାଗତ କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ପାଇଁ ରାସ୍ତାର ଉଭୟ ପାର୍ଶ୍ୱରେ ଏକ ଲମ୍ବା ଲାଇନ ଲାଗିଥିଲା।

ଶନିବାର ଏନେଇ ବିଜେପି ବିଧାୟକ ଦଳ ବୈଠକ ବସିଥିଲା। ବୈଠକରେ ଭୁପେନ୍ଦ୍ରଙ୍କ ନାଁ ଚୂଡାନ୍ତ ହୋଇଥିଲା। ଗୁଜରାଟର ୧୮ତମ ମୁଖ୍ୟମନ୍ତ୍ରୀ ଭାବେ ଭୁପେନ୍ଦ୍ର ପଟେଲଙ୍କୁ ରାଜ୍ୟପାଳ ଆଚାର୍ୟ୍ୟା ଦେବବ୍ରତ ଶପଥ ପାଠ କରାଇବେ। ଗାନ୍ଧୀନଗର ସ୍ଥିତ ସଚିବାଳୟ ନିକଟ ହେଲିପ୍ୟାଡ୍ ଗ୍ରାଉଣ୍ଡରେ ଅପରାହ୍ନ ୨ଟାରେ ହେବ ଶପଥ ପାଠ ଉତ୍ସବ। ଚଳିତ ବର୍ଷ ଗୁଜରାଟ ନିର୍ବାଚନରେ ବିଜେପି ରେକର୍ଡ କରିଛି। କଂଗ୍ରେସକୁ ହରାଇ ମହାବିଜୟୀ ହୋଇଥିଲା ଦଳ। ଗୁଜୁରାଟର ୧୮୨ ବିଧାନସଭା ଆସନରୁ ବିଜେପି ଚଳିତ ଥର ୧୫୬ଟି ଆସନ ଜିତିଛି।

Leave A Reply

Your email address will not be published.