ଓଡ଼ିଆ ଚଳଚ୍ଚିତ୍ର ରିୟଲ ଲଭ ଷ୍ଟୋରୀର ଶୁଭମହୁରତ

କିମିଆ କରିବେ ନୂଆ ଯୋଡି ରୋହନ-ତନୁଶ୍ରୀ

0

ଭୁବନେଶ୍ୱର : ନୂଆ ଓଡ଼ିଆ ଚଳଚ୍ଚିତ୍ର ରିୟଲ ଲଭ ଷ୍ଟୋରୀର ଶୁଭମହୁରତ ଟଙ୍କପାଣି ରୋଡ଼ ସ୍ଥିତ ସାଇ ମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି l ମହୁରତକୁ କ୍ଲାପ ଦେଇ ଶୁଭାରମ୍ଭ କରିଥିଲେ ପ୍ରଯୋଜକ ସଚ୍ଚିକାନ୍ତ ଜେନା.ପ୍ରଯୋଜକ ବିଜୟ ଦ୍ବୀବେଦି, ବିନି ପଟ୍ଟନାୟକ, ସମାଜସେବୀ ଗଣେଶରାମ ଅଗ୍ରୱାଲ l ତେବେ ଚଳଚ୍ଚିତ୍ରରେ ନୂଆ ଯୋଡି ରୋହନ ଓ ତନୁଶ୍ରୀଙ୍କୁ ଦେଖିବାକୁ ମିଳିବ l ବିଉବଲ ଏଣ୍ଟରଟେନମେଣ୍ଟ ଓ ଏଲଟି ବ୍ୟାନରରେ ପ୍ରସ୍ତୁତ ହେଉଥିବା ଏହି ଚଳଚ୍ଚିତ୍ରର କାହାଣୀ ରଚନା କରିଛନ୍ତି ଗଣେଶରାମ ଅଗ୍ରୱାଲ, ଚିତ୍ରନାଟ୍ୟ ନିର୍ଦେଶନା ଦେଇଛନ୍ତି ଲୁବୁନ-ଟୁବୁନ l ସଂଗୀତ ନିର୍ଦେଶନା ଦେଉଛନ୍ତି ବୈଦ୍ୟନାଥ ଦାସ, ସଂଳାପ ଓ ଗୀତ ରଚନା କରିଛନ୍ତି ନିର୍ମଳ ନାୟକ l ଚିତ୍ର ଉତ୍ତୋଳନ କରୁଛନ୍ତି ପ୍ରିୟରଞ୍ଜନ ଏବଂ କ୍ରିଏଟିଭ ହେଡ଼ ଅଛନ୍ତି ପ୍ରଣୟ ଜେଠୀ | ଚଳଚ୍ଚିତ୍ରର ବିଭିନ୍ନ ଭୂମିକାରେ ଅଛନ୍ତି ଶ୍ରୀତମ ଦାସ, ପିଙ୍କି ପ୍ରଧାନ, ସରୋଜ ଦାସ, ଟନିଆ, ପ୍ରଭାତୀ ସାହୁ, କାଳିଆ, ପ୍ରୀତିରାଜ, ବାବୁ ପ୍ରଧାନ, ସୋନାଲି ଏବଂ ଅନ୍ୟମାନେ l

Leave A Reply

Your email address will not be published.