ପାଟନା (ଆମ ଟିଭି): ବିହାର ରାଜନୀତିରୁ ଏକ ବଡ଼ ଖବର ଆସି ପହଞ୍ଚୁଛି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବଡ ଘୋଷଣା କରିଛନ୍ତି । ନୀତିଶ ସ୍ପଷ୍ଟ ଶବ୍ଦରେ କହିଛନ୍ତି ୨୦୨୫ରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ତେଜସ୍ୱୀଙ୍କ ନେତୃତ୍ୱରେ ଲଢାଯିବ । ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ ପଦ ଦୌଡରେ ସେ ନାହାନ୍ତି । ନୀତିଶଙ୍କ କହିବା କଥା ସମସ୍ତଙ୍କ ସହ ମିଳିତଭାବେ ସେ ବିଜେପିକୁ ହଟାଇବାକୁ ଚାହୁଁଛନ୍ତି । ମହାମେଣ୍ଟର ବୈଠକ ପରେ ନୀତିଶଙ୍କ ଏହି ବୟାନ ସାମ୍ନାକୁ ଆସିଥିଲା । କିଛି ଦିନ ପୂର୍ବରୁ ନୀତିଶ ଏନଡିଏ ମେଣ୍ଟ ଛାଡି ମହାମେଣ୍ଟରେ ସାମିଲ ହୋଇଥିଲେ । ଏହା ପରେ ବିହାର ରାଜନୀତିରେ ବଡ ପରିବର୍ତ୍ତନ ହୋଇଥିଲା ।
ମଙ୍ଗଳବାର ବିହାର ବିଧାନ ପରିଷଦରେ ମହାମେଣ୍ଟଣ୍ଟର ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ଶେଷ ହେବା ପରେ ଗଣମାଧ୍ୟମକୁ ସୂଚନା ଦେଇ ନୀତିଶ କହିଥିଲେ, ୨୦୨୫ରେ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନରେ ତେଜସ୍ୱୀଙ୍କ ନେତୃତ୍ୱରେ ଲଢାଯିବ । ମୁଁ ପ୍ରଧାନମନ୍ତ୍ରୀ ପଦପାଇଁ ଦାବିଦାର ନୁହେଁ । ଆମେ ସମସ୍ତେ ବିଜେପିକୁ ହଟାଇବାକୁ ଚାହୁଁଛୁ ।