ବାପା ହେବେ ସାଉଥ୍ ସୁପରଷ୍ଟାର ରାମଚରଣ
ହାଇଦ୍ରାବାଦ: ବାପା ହେବେ ସାଉଥର ସୁପରଷ୍ଟାର୍ ତଥା ଆର୍ଆର୍ଆର୍ ଫେମ୍ ରାମଚରଣ । ତାଙ୍କ ଘରକୁ ଖୁବଶୀଘ୍ର ଆସିବ କୁନି ଅତିଥି । ବିବାହର ଦଶ ବର୍ଷ ପରେ ମା’ ହେବାକୁ ଯାଉଛନ୍ତି ରାମଚରଣଙ୍କ ପତ୍ନୀ ଉପାସନା। ଏନେଇ ଖୋଦ୍ ଏହି ଅଭିନେତା ନିଜ ଇନ୍ଷ୍ଟାଗ୍ରାମରେ ଫଟୋ ଶେଆର କରି ସୂଚନା ଦେଇଛନ୍ତି।
ସେପଟେ ରାମଚରଣଙ୍କ ବାପା ତଥା ତେଲୁଗୁ ମେଗାଷ୍ଟାର ଚିରଞ୍ଜିବୀ ମଧ୍ୟ ସେଶାଳ ମିଡିଆରେ ଏହି ଗୁଡ୍ ନ୍ୟୁଜ୍ ଶେଆର କରିଛନ୍ତି। ସେ ଏକ ଫଟୋ ଶେଆର କରିଛନ୍ତି। ଏଥିରେ ଭଗବାନ ହନୁମାନଙ୍କ ଫଟୋ ଅଛି ଏଥିସହ ତଳେ ଖୁସି ଖବର ବୋଲି ଲେଖା ଅଛି ଚିରଞ୍ଜିବୀ ଜେଜେ ବାପା ହେବାକୁ ଯାଉଥିବା ନେଇ ଘୋଷଣା କରିଛନ୍ତି।
ରାମଚରଣ ଓ ଉପାସନା ଉଭୟ କଲେଜ ସାଙ୍ଗ । କଲେଜରେ ପାଠ ପଢ଼ିବା ବେଳେ ଦୁଇ ଜଣ ଭଲ ସାଙ୍ଗ ଥିଲେ । କିନ୍ତୁ ପରେ ଏହି ବନ୍ଧୁତା ପ୍ରେମରେ ବଦଳି ଯାଇଥିଲା। ଦୁଇ ବର୍ଷ କାଳ ପରସ୍ପରକୁ ଡେଟ୍ କରିବା ପରେ ୨୦୧୧ରେ ଉଭୟଙ୍କ ନିର୍ବନ୍ଧ ହୋଇଥିଲା। ଏହାପରେ ୨୦୧୨ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ରାମଚରଣ ଓ ଉପାସନା। ଏବେ ଉଭୟଙ୍କ ବିବାହକୁ ୧୦ ବର୍ଷ ପୂରିଛି। ଦୀର୍ଘ ଦିନ ପରେ ରାମ ଓ ଉପାସନାଙ୍କ ସ୍ୱପ୍ନ ପୂରା ହେବାକୁ ଯାଉଛି। ଉଭବ ବାପା-ମା’ ହେବାକୁ ଯାଉଥିବା ନେଇ ବେଶ୍ ଖୁସି ଅଛନ୍ତି।