କାଶ୍ମୀର ପଣ୍ଡିତଙ୍କୁ ହତ୍ୟା ଧମକ
ଶ୍ରୀନଗର: କଶ୍ମୀର ପଣ୍ଡିତଙ୍କୁ ପୁଣିଥରେ ଧମକ ଦେଇଛନ୍ତି ଆତଙ୍କୀ ସଂଗଠନ। କଶ୍ମୀର ଫାଇଟ୍ ନାମକ ଗୋଟିଏ ଆତଙ୍କୀ ସଂଗଠନ ବିସ୍ଥାପିତ ହୋଇ ସରକାରୀ ଚାକିରି କରୁଥିବା କଶ୍ମୀର ପଣ୍ତିତଙ୍କୁ ହତ୍ୟା ଧମକ ଦେଇଛନ୍ତି। ଏଥିସହ ଆତଙ୍କୀ ସଂଗଠନ ପକ୍ଷରୁ ଅଧିକ ମାତ୍ରାରେ ଟାର୍ଗେଟ କିଲିଂ କରାଯିବ ବୋଲି ଚେତାବନୀ ଦିଆଯାଇଛି।
କଶ୍ମୀର ପଣ୍ଡିତଙ୍କ ଉଦ୍ଦେଶ୍ୟରେ ଆତଙ୍କୀ ସଂଗଠନ ଗୋଟିଏ ଚିଠି ଜାରି କରିଛି। ଏଥିରେ ଆତଙ୍କୀମାନେ କଶ୍ମୀର ପଣ୍ଡିତମାନଙ୍କ ପାଇଁ ତିଆରି ହୋଇଥିବା ଟ୍ରାନ୍ସିଟ କଲୋନୀକୁ ଶ୍ମଶାନରେ ପରିଣତ କରିଦେବେ ବୋଲି ଧମକ ଦିଆଯାଇଛି।
କଶ୍ମୀର ପଣ୍ଡିତ ସରକାରୀ କର୍ମଚାରୀଙ୍କ ପାଇଁ ବାରମୁଲ୍ଲା ଓ ବାନ୍ଦିପୋରାରେ ଟ୍ରାନ୍ସିଟ କଲୋନୀ ତିଆରି କରାଯାଉଛି। ଏଠାରେ ତିଆରି ଚାଲିଥିବା ବିଲଡିଂଗୁଡ଼ିକୁ ଦେଖିବା ପାଇଁ ଜମ୍ମୁ-କଶ୍ମୀରର ଉପ ରାଜ୍ୟପାଳ ମନୋଜ ସିହ୍ନା ଯାଇଥିଲା। ତାଙ୍କ ଗସ୍ତର କିଛି ଘଣ୍ଟା ପରେ କଶ୍ମୀର ଫାଇଟ ତରଫରୁ ଏପରି ଧମକ ମିଳିଛି।