ଗିରଫ ହେଲେ ଓକିଲ ସଂଘର ସଭାପତି
ସମ୍ବଲପୁର : ବିଚାରପତିଙ୍କ ଚାମ୍ବରରେ ପଶି ବ୍ୟାପକ ଭଙ୍ଗାରୁଜା ଓ ହିଂସା ମାମଲାରେ ଗିରଫଦାରୀ ସଂଖ୍ୟା ବଢ଼ିବାରେ ଲାଗିଛି। ସମ୍ବଲପୁର ଓକିଲ ସଂଘ ସଭାପତି ସୁରେଶ୍ୱର ମିଶ୍ର ଓ ଜିଲ୍ଲା ଓକିଲ ସଂଘ କ୍ରିୟାନୁଷ୍ଠାନ କମିଟି ଅଧ୍ୟକ୍ଷ ପ୍ରଦିପ ବହିଦାରଙ୍କ ସମେତ ୮ ଜଣ ଓକିଲଙ୍କୁ ଗତକାଲି ବିଳମ୍ବିତ ରାତିରେ ପୁଲିସ ଗିରଫ କରିଛି। ପୁଲିସ ଆଇନଜୀବୀମାନଙ୍କୁ ଗିରଫ କରିବା ସହ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।
ପୂର୍ବରୁ ୧୫ ଜଣ ଆଇଇନଜୀବୀ ଗିରଫ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ମୋଟ ୨୩ଜଣ ଆଇନଜୀବୀଙ୍କୁ ଗିରଫ କରାଯାଇ ସାରିଲାଣି। ଏଥିସହିତ ଗଣ୍ଡଗୋଳ ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ୫ ଜଣ କିନ୍ନରଙ୍କୁ ମଧ୍ୟ ଗିରଫ କରାଯାଇଥିବା ସମ୍ବଲପୁର ଏସ୍ପି ବି. ଗଙ୍ଗାଧର ସୂଚନା ଦେଇଛନ୍ତି। ଆଗକୁ ଗିରଫଦାରୀ ସଂଖ୍ୟା ଆହୁରି ବଢିପାରେ ବୋଲି ଏସ୍ପି କହିଛନ୍ତି। ଏଥିସହ ଆନ୍ଦୋଳନସ୍ଥଳ କଚେରି ଛକରେ ୧୪୪ ଧାରା ଲାଗୁ କରାଯାଇଛି। ଆନ୍ଦୋଳନସ୍ଥଳରେ ୨ଶହ ମିଟର ପରିସର ମଧ୍ୟରେ ପ୍ରବେଶ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି।