ଆଜି ପୁଣି ଗୃହରେ ସୀମା ପ୍ରସଙ୍ଗ, କକ୍ଷ ତ୍ୟାଗ କଲେ ବିରୋଧୀ

0

ନୂଆଦିଲ୍ଲୀ : ଚାଇନା ପ୍ରସଙ୍ଗରେ ଗୃହରେ ତାତି। ସୀମାରେ ଚାଇନା ସେନାର ଉତ୍ପାତକୁ ନେଇ ବିରୋଧୀ ଆଜି ରାଜ୍ୟ ସଭାରେ ଜୋରଦାର ହଙ୍ଗାମା କରିଛନ୍ତି। ବିରୋଧୀ ଦଳର ନେତାମାନେ ପ୍ରବଳ ହଟ୍ଟଗୋଳ କରି ଗୃହ ତ୍ୟାଗ କରଇଚନ୍ତି। ସୋମବାର ଗୃହର କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ସଦସ୍ୟମାନେ ପାଟି ତୁଣ୍ଡ କରିଥିଲେ। ବିରୋଧୀଙ୍କ ପକ୍ଷରୁ ଧାରା ୨୬୭ ଅନୁଯାୟୀ ଦିଆଯାଇଥିବା ସମସ୍ତ ୯ଟି ନୋଟିସକୁ ରାଜ୍ୟସଭା ଅଧ୍ୟକ୍ଷ ପ୍ରତ୍ୟାଖ୍ୟାନ କରିଛନ୍ତି। ସେମାନେ ସଠିକ୍‌ ଢଙ୍ଗରେ ପ୍ରସଙ୍ଗ ଉତ୍ଥାପନ୍ କରି ନଥିବା ସେ କହିଛନ୍ତି। କଂଗ୍ରେସ ପକ୍ଷରୁ ମଲ୍ଲିକାର୍ଜୁନ ଖାଡ଼ଗେ କହିଛନ୍ତି ଯେ ଚାଇନା ଆମ ଜମି ଦଖଲ କରୁଛି।

ଯଦି ଆମେ ଏହି ବିଷୟ ଉପରେ ଆଲୋଚନା ନକରିବା ତେବେ ଆମେ ଆଉ କ’ଣ ଆଲୋଚନା କରିବା? ଆମେ ଏହି ପ୍ରସଙ୍ଗରେ ଗୃହରେ ଆଲୋଚନା କରିବାକୁ ପ୍ରସ୍ତୁତ। କିନ୍ତୁ ସରକାର ଆଲୋଚନାରୁ ଦୂରେଇ ଯାଉଛନ୍ତି। ତେଣୁ ଗୃହରେ ରହିବାର ଆବଶ୍ୟକତା ନାହିଁ କହି ଗୃହ ତ୍ୟାଗ କରିଥିଲେ।

Leave A Reply

Your email address will not be published.