ପୁଣି ତେଲେଙ୍ଗାନାରେ କଂଗ୍ରେସକୁ ଝଟକା

0

ହାଇଦ୍ରାବାଦ: ତେଲେଙ୍ଗାନା କଂଗ୍ରେସରେ ସଙ୍କଟ। ଜୋର ଧରିଛି ଗୋଷ୍ଠୀ କନ୍ଦଳ। ରାଜ୍ୟ କଂଗ୍ରେସ କମିଟିରୁ ୧୨ ଜଣ ସଦସ୍ୟ ଇସ୍ତଫା ଦେଇଛନ୍ତି। ନିକଟରେ ରାଜ୍ୟ କଂଗ୍ରେସ କମିଟିର ପୁନର୍ଗଠନ ହୋଇଥିବା ବେଳେ ବାହାର ଦଳର ନେତାଙ୍କୁ ଅଗ୍ରାଧିକାର ଏବଂ ସୁବିଧାସୁଯୋଗ ଦିଆଯାଇଥିବାରୁ ଦଳୀୟ ନେତାମାନେ ବିଦ୍ରୋହ କରିଛନ୍ତି। ଫଳରେ ରାଜ୍ୟ କଂଗ୍ରେସ କମିଟିରୁ ୧୨ ଜଣ ସଦସ୍ୟ ଇସ୍ତଫା ଦେଇଛନ୍ତି। ଅନ୍ୟଦଳରୁ ତଥା ଟିଡିପି ଦଳରୁ ନେତାଙ୍କୁ ଆମଦାନୀ କରି କମିଟିରେ ପ୍ରମୁଖ ପଦପଦବୀ ଦିଆଯାଇଥିବାରୁ ଏହା ସେମାନଙ୍କ ପ୍ରତି ଅବହେଳାର ନୁମନା।

ସେମାନେ ଆହୁରି କହିଛନ୍ତି ଯେ, ତେଲଗୁ ଦେଶାମ ପାର୍ଟି ରାଜ୍ୟରେ ଏକଛତ୍ରବାଦୀ ଶାସନ ଚଳାଇଛି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ବିରୋଧରେ ଏକ ଶକ୍ତ ଲଢ଼େଇ ଆବଶ୍ୟକ ବୋଲି ସେମାନେ କହଇନ୍ତି। କେସିଆରକୁ ହଟାଇବା ପାଇଁ ଏକ ବଡ଼ ଲଢ଼େଇ ଆବଶ୍ୟକତା ରହିଛି। ଇସ୍ତଫା ଦେଇଥିବା ସଦସ୍ୟଙ୍କ ମଧ୍ୟରେ ତେଲେଙ୍ଗାନା ବିଧାୟକ ସେଥକ୍କା ମଧ୍ୟ ଅଛନ୍ତି।

Leave A Reply

Your email address will not be published.