ପୁଣି ବିଜେଡି ବିଜେପି ମୁହାଁମୁହିଁ, ଜାଣନ୍ତୁ କାହିଁକି

0

ଭୁବନେଶ୍ବର: ମଣ୍ଡି ଅବ୍ୟବସ୍ଥା ନେଇ ରାଜ୍ୟ ସରକାରଙ୍କ ଉପରେ ବିଜେପି ବର୍ଷିଛି। ଏଣେ ଏନେଇ ବିଜେପିର ଅଭିଯୋଗ ଉପରେ ଜବାବ ରଖିଛି ବିଜେଡି। ବିଜେପି ପକ୍ଷରୁ କୁହାଯାଇଛି, ରାଜ୍ୟ ସରକାର ଚାଷୀମାରଣ ଯଜ୍ଞ କରୁଛନ୍ତି। ତଳୁ ମୁଖ୍ୟମନ୍ତ୍ରୀ ଦପ୍ତର ପର୍ଯ୍ୟନ୍ତ ମିଲରମାନଙ୍କ ଲିଙ୍କ ରହିଛି। ଏମଏସପି ରେଟ ଚାଷୀଙ୍କୁ ମିଳୁନି। ଏ ନେଇ ଆନ୍ଦୋଳନ କରିବ ଦଳ। ଆସନ୍ତା ୨୧ ତାରିଖରେ ରାଜ୍ୟର ୫୮ଟି ଉପଜିଲ୍ଲାପାଳ ଅଫିସରେ ଦଳ ଦାବିପତ୍ର ଦେବ। ୨୨ରୁ ୨୮ ତାରିଖ ଯାଏଁ ମଣ୍ଡି ଚାଲ ଅଭିଯାନ କରିବ ବିଜେପି। ଦଳୀୟ କର୍ମୀ ମଣ୍ଡିକୁ ଯାଇ ପ୍ରଶ୍ନ କରିବେ। ଦାବି ପୂରଣ ନହେଲେ ଜାନୁଆରିରେ ବଡ଼ ଧରଣର ଆନ୍ଦୋଳନ ହେବ।

ବିଜେପି ପକ୍ଷରୁ ଆହୁରି କୁହାଯାଇଛି ଯେ ୧୫ ଦିନ ବିଳମ୍ୱରେ ପଶ୍ଚିମ ଓଡ଼ିଶା ମଣ୍ଡି ଖୋଲିଲା। ଅନ୍ୟ ସ୍ଥାନରେ ମାସେ ବିଳମ୍ୱରେ ଖୋଲିବ। ମିଲରଙ୍କ ଦ୍ୱାରା ବନ୍ଧା ପଡ଼ିଛନ୍ତି ସରକାର। ଏଥିରେ ବ୍ୟାପକ ଲାଞ୍ଚ କରବାର ହୋଇଛି। ପଶ୍ଚିମ ଓଡ଼ିଶା ମଣ୍ଡି ବିଳମ୍ବ ଖୋଲିବା ଦ୍ୱାରା ଛତିଶଗଡ଼କୁ ଧାନ ଯାଉଥିବାବେଳେ ଅନ୍ୟ ସ୍ଥାନର ଧାନ ଆନ୍ଧ୍ରପ୍ରଦେଶ ଯାଉଛି। ସେଣ୍ଟ୍ରାଲ ଟୋକନ ବ୍ୟବସ୍ଥା ଏକ ଭ୍ରଷ୍ଟାଚାର ବ୍ୟବସ୍ଥା। ଏହାକୁ ବନ୍ଦ କରିବା ଦରକାର। ଅଭାବୀ ଧାନ ବିକ୍ରି ହେଉଛି ଓ ଧାନ ସଂଗ୍ରହରେ ଦଲାଲି ଚାଲିଛି। ଏମଏସପି ପାଇବା ପାଇଁ ପ୍ରତି ବ୍ଲକରେ ଅଭିଯୋଗ ପ୍ରକୋଷ୍ଠ ଖୋଲନ୍ତୁ।

Leave A Reply

Your email address will not be published.