କାହିଁକି ଏମିତି କହିଲେ ଦଲାଇଲାମା

0

କାଙ୍ଗ୍ରା : ତିବ୍ବତୀୟ ଧର୍ମଗୁରୁ ଦଲାଇଲାମା କହିଛନ୍ତି ଅରୁଣାଚଳ ପ୍ରଦେଶର ତୱାଙ୍ଗ ସେକ୍ଟରରେ ଚୀନ୍ ସେନା ସହ ଭାରତର ସଂଘର୍ଷ ପରିପ୍ରେକ୍ଷୀରେ ସେ ଚୀନ୍‌କୁ କି ବାର୍ତ୍ତା ଦେବାକୁ ଚାହାନ୍ତି ବୋଲି ପ୍ରଶ୍ନ କରାଯିବାରୁ ଦଲାଇଲାମା କହିଲେ ଯେ ସେ ଚୀନ୍ ଅପେକ୍ଷା ଭାରତକୁ ବେଶି ପସନ୍ଦ କରନ୍ତି ଏବଂ ଭାରତ ହେଉଛି ଶାନ୍ତିରେ ବାସ କରିବା ପାଇଁ ଉପଯୁକ୍ତ ସ୍ଥାନ। ତାଙ୍କର ଚୀନ୍‌କୁ ଫେରିବାର କୌଣସି ସମ୍ଭାବନା ନାହିଁ ବୋଲି ଦଲାଇଲାମା ସ୍ପଷ୍ଟ କରିଥିଲେ।

ବର୍ତ୍ତମାନର ପରିସ୍ଥିତି ବିଷୟରେ ପ୍ରଶ୍ନ କରାଯିବାରୁ ତିବ୍ବତୀୟ ଧର୍ମଗୁରୁ କହିଥିଲେ ଯେ ବର୍ତ୍ତମାନ ୟୁରୋପ, ଆଫ୍ରିକା ଓ ଏସିଆରେ ମଧ୍ୟ ପରିସ୍ଥିତିରେ ଉନ୍ନତି ଘଟୁଛି। ଏପରି କି ଚୀନ୍ ପରିସ୍ଥିତିରେ ବି ଉନ୍ନତି ଘଟୁଛି। କିନ୍ତୁ ସେ ଚୀନ୍‌କୁ ଆଉ ଫେରିବେ ନାହିଁ। ସେ ହିମାଚଳପ୍ରଦେଶର କାଙ୍ଗ୍ରାରେ ହିଁ ମୃତ୍ୟୁ ପର୍ଯ୍ୟନ୍ତ ଅବସ୍ଥାନ କରିବେ।

Leave A Reply

Your email address will not be published.