ପୁଣି ଚୀନରେ କରୋନା

0

ବେଜିଂ: ଚୀନରେ ହୁ ହୁ ହୋଇ ବଢ଼ୁଛି କରୋନା କେସ୍। ଚୀନ ଯେତେ ଲୁଚାଇଲେ ବି କରୋନା ମାମଲା ଏତେ ବଢ଼ିଛି ଯେ ଏବେ ସ୍ଥିତି ନିୟନ୍ତ୍ରଣକୁ ଆସି ପାରୁନି। ପରିସ୍ଥିତି ଏବେ ଏମିତି ହୋଇଛି କି, ବେଜିଂର ଅନେକ ହସ୍ପିଟାଲରେ ରୋଗୀଙ୍କୁ ମିଳୁନି ବେଡ୍। କୋଭିଡରେ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ମେଡିକାଲ୍ ବାହାରେ ଅପେକ୍ଷା କରିବାକୁ ପଡ଼ୁଛି। ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି, ଏସମୟର ଗଦା ଗଦା ଭିଡିଓ।

ବେଜିଂର ପ୍ରମୁଖ ମେଡିକାଲ୍ ସମ୍ମୁଖରେ ଭିଡ଼ ଜମିଛି। କିଛି ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚୀନର କରୋନା ସ୍ଥିତି ନେଇ ସାଂଘାତିକ ଚିତ୍ର ସାମ୍ନାକୁ ଆସିଛି। ପ୍ରତିଦିନ ବେଜିଂ କ୍ରିମେସନ୍ ସେଣ୍ଟର ଅର୍ଥାତ ଶବଦାହ କେନ୍ଦ୍ରକୁ ୨ ଶହରୁ ଅଧିକ ମୃତଦେହ ଆସୁଛି। ଯାହା ସ୍ୱାଭାବିକ ଦିନରେ ୩୦ରୁ ୪୦ ଥିଲା।

କିଛି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଆକଳନ ଅନୁସାରେ, ଏପରି ପରିସ୍ଥିତି ଯଦି ଚୀନରେ ଲାଗି ରୁହେ ତାହେଲେ ଆଗାମୀ ୯୦ ଦିନରେ ଚୀନର ୬୦ ପ୍ରତିଶତ ଓ ସାରା ବିଶ୍ୱର ୧୦ ପ୍ରତିଶତ ଜନସଂଖ୍ୟା କରୋନାରେ ଆକ୍ରାନ୍ତ ହେବେ। ଏଭଳି ତଥ୍ୟ ଆସିବା ପରେ ଏବେ ପୁଣି ଥରେ କରୋନାକୁ ନେଇ ଛନକା ପଶିଛି।

Leave A Reply

Your email address will not be published.