ଖଡଗେଙ୍କ ବୟାନକୁ ନେଇ ସଂସଦରେ ବିଜେପି ବିରୋଧୀ ମୁହାଁମୁହିଁ

0

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନଙ୍କ ବିବାଦୀୟ ବୟାନକୁ ନେଇ ସଂସଦରେ ଜୋରଦାର ହଙ୍ଗାମା ହୋଇଛି। ବିଜେପି ଓ କଂଗ୍ରେସ ମଧ୍ୟରେ ଆରମ୍ଭ ହୋଇଛି ତୁ ତୁ ମେଁ ମେଁ। କଂଗ୍ରେସ ଅଧ୍ୟକ୍ଷ ନିଜ ବୟାନକୁ ନେଇ କ୍ଷମା ମାଗନ୍ତୁ ବୋଲି ମଙ୍ଗଳବାର ବିଜେପି ଦାବି କରିଛି। ତେବେ କ୍ଷମା ମାଗିବାକୁ ସଫା ସଫା ମନା କରିଦେଇଛନ୍ତି ଖାଡଗେ। ନିଜ ଦେଇଥିବା ବୟାନରେ ସେ ସ୍ଥିର ରହିବେ ବୋଲି କହିଛନ୍ତି।

ସୋମବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡଗେ ଦେଶ ସ୍ୱାଧୀନତା ପାଇବା କ୍ଷେତ୍ରରେ ବିଜେପିର ଭୂମିକାକୁ ନେଇ ଏକ ବୟାନ ଦେଇଥିଲେ। ଅଲୱରର ମାଲାଖେଡାରେ ଏକ ଜନସଭାକୁ ସମ୍ବୋଧିତ କରି ଖାଡଗେ କହିଥିଲେ, ‘ଆମେ (କଂଗ୍ରେସ) ଦେଶକୁ ସ୍ୱାଧୀନତା ଦେଇଥିଲୁ ଏବଂ ଇନ୍ଦିରା ଓ ରାଜୀବ ଗାନ୍ଧୀ ଦେଶର ଏକତା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ଏହାପରେ ସେ ବିଜେପିକୁ ପ୍ରଶ୍ନ କହିଥିଲେ, ଆମ ଦଳର ନେତାମାନେ ନିଜ ଜୀବନ ଦେଇଛନ୍ତି, ଆପଣ କ’ଣ କରିଛନ୍ତି? ଆପଣଙ୍କ ଘରେ କେହି ବି ଦେଶ ପାଇଁ ମରିଛନ୍ତି କି? କେହି ଜଣେ ବି କୌଣସି ବଳିଦାନ ଦେଇଛନ୍ତି କି?’

Leave A Reply

Your email address will not be published.